ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ପାଇଁ ସାରା ରାଜ୍ୟର ନଜର ନୂଆପଡ଼ା ଉପରେ ରହିଛି । ଏହା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଭୋଟ ଦେଇଥିବାର ଦେଖିବାକୁ ମିଳିଛି । ସେପଟେ ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି ମତଦାତାମାନେ ଉତ୍ସାହର ସହିତ ମତଦାନ କରୁଛନ୍ତି। ବୁଥ ସାମ୍ନାରେ ଯୁବପିଢ଼ି, ମହିଳା ଓ ନବାଗତ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ମତଦାତାମାନେ ଲାଇନ୍ ଲଗାଇଛନ୍ତି। ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୫ଟା ଯାଏଁ ଜାରି ରହିବ। ଅତି ସମ୍ବେଦନଶୀଳ ସ୍ଥାନରେ ମତଦାନ ଅପରାହ୍ଣ ୪ଟାରେ ଶେଷ କରାଯିବାର ଲକ୍ଷ୍ୟ ରହିଛି।





