ଓଡ଼ିଶାରେ ହାଇଆଲର୍ଟ, ଜଳପଥ ଓ ସ୍ଥଳପଥ ସୀମାରେ ୨୪ ଘଣ୍ଟିଆ ପାଟ୍ରୋଲିଂ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶାରେ ହାଇଆଲର୍ଟ । ତେବେ ଓଡ଼ିଶାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର କହିଛନ୍ତି । ଏନେଇ ପୋଲିସ ଡିଜି ଏବଂ ଏଡିଜିଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭୁବନେଶ୍ୱର ବିମାନ ବନ୍ଦର ସହ ରାଜ୍ୟରେ ଥିବା ବିଭିନ୍ନ ଏୟାରଷ୍ଟ୍ରିପ୍ ଏବଂ ରେଳ ଷ୍ଟେସନରେ ହାଇଆଲର୍ଟ । ଟର୍ମିନାଲ ଏବଂ ଷ୍ଟେସନର ଭିତରେ ଓ ବାହାରେ ସୁରକ୍ଷା କର୍ମୀ ଆଲର୍ଟ ଅଛନ୍ତି । ସନ୍ଧାନୀ କୁକୁର ଏବଂ ମେଟାଲ ଡିଟେକ୍ଟର ଦ୍ବାରା ସନ୍ଦିଗ୍ଧଙ୍କ ଉପରେ ନଜର ରହିଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସିକ୍ୟୁରିଟି ଆରେଞ୍ଜମେଣ୍ଟକୁ ବଢାଇ ଦିଆଯାଇଛି । ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ୍ ପୋଲିସ କଡାକଡି କରିଛି । ସେପଟେ କଟକ ବାଲିଯାତ୍ରା ସମେତ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ରାତିରେ ବିଭିନ୍ନ ଜୋନ୍ ଏସିପି ଓ ଥାନା ଅଧିକାରୀଙ୍କୁ ନେଇ କଡାକଡି ଚାଲିଛି କନଭେ ପାଟ୍ରୋଲିଂ । ରାଜ୍ୟର ଜଳପଥ ଓ ସ୍ଥଳପଥ ସୀମାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ରହିଛି ।

ବିଶେଷ କରି ସବୁ ସହରର ଏଣ୍ଟ୍ରି ଏବଂ ଏଗଜିଟ୍ ପଏଣ୍ଟରେ ଚାଲିଛି ନାଇଟ୍ ବ୍ଲକିଂ ଚେକିଂ କରାଯାଉଛି । ବିଭିନ୍ନ ହୋଟେଲ ଗୁଡିକ ଯାଞ୍ଚ ପାଇଁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲରେ ରହୁଥିବା ସମସ୍ତ ଲୋକଙ୍କ ତଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ଦାୟିତ୍ୱରେ ଏସଟିଜି, ଏସଟିୟୁ, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ସମେତ ଗୁଇନ୍ଦା ବିଭାଗକୁ ସଜାଗ କରାଯାଇଛି ।

Related Posts