ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଏଣିକି କୌଣସି ଗାଡିର ନମ୍ବର ପ୍ଲେଟରେ ଲଗିପାରିବନି ପୋଲିସ ଲୋଗୋ । ପରିବହନ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏନେଇ ସତର୍କ କରାଯାଇଛି। ନମ୍ବର ପ୍ଲେଟରେ ପୋଲିସ ଲୋଗୋ ଲଗାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।କିଛି ବ୍ୟକ୍ତି ନିଜର ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନର ନମ୍ବର ପ୍ଲେଟରେ ପୋଲିସ ଲୋଗୋ ଲଗାଇ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପରିବହନ ବିଭାଗ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି। ଗାଡିର ନମ୍ବର ପ୍ଲେଟରେ କେବଳ ରେଜିଷ୍ଟ୍ରେସନ ନମ୍ବର ବ୍ୟତିତ ଅନ୍ୟ କୌଣସି ଲୋଗୋ ରହିପାରିବ ନାହିଁ।ଏଥିପାଇଁ ଆସନ୍ତାକାଲି ଠାରୁ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ। ନମ୍ବର ପ୍ଲେଟରେ କୌଣସି ଲୋଗୋ ଲଗାଯାଇଥିଲେ ତାକୁ ହଟାଯିବ।