ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ କେବଳ ନିର୍ବାଚନ ଜିତିବା ପାଇଁ ୯୦ ଲକ୍ଷରୁ ଅଧିକ ଭୋଟରଙ୍କୁ ତାଲିକାରୁ ବିଜେପି କରିଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ଏହା ସହ ଆଗାମୀ ବିଧାନସଭା ନିର୍ବାଚନ ଆମ ଦଳ ଜିତିବ ବୋଲି ସେ କହିଛନ୍ତି । ସେପଟେ ଉତ୍ତର ୨୪ ପ୍ରଗଣାର ମିନାଖାନରେ ଏକ ରାଲିରେ ଉଦ୍‌ବୋଧନ ଦେଇ ଟିଏମ୍‌ସି ସୁପ୍ରିମୋ କହିଛନ୍ତି, ଯେଉଁମାନଙ୍କ ନାଁ ତାଲିକାରୁ କଟାଯାଇଛି ସେମାନଙ୍କୁ ପୁଣିଥରେ ତାଲିକାରେ ଯୋଡ଼ିବାପାଇଁ ଦଳ କୋର୍ଟର ଦ୍ବାରସ୍ଥ ହେବ। ମମତା କହିଛନ୍ତି, ପଶ୍ଚିମବଙ୍ଗରେ କ୍ଷମତା ପାଇବା ଆଶାରେ ଆପଣ ୯୦ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ତାଲିକାରୁ କାଟିଦେଲେ। କିନ୍ତୁ ଆମେମାନେ ଜିତିବୁ। ରାଜ୍ୟରେ ଏସ୍ଆଇଆର ପ୍ରକ୍ରିୟା ଶେଷ ହେବାପରେ ପାଖାପାଖି ୯୧ ଲକ୍ଷ ଭୋଟରଙ୍କ ନାଁ ତାଲିକାରୁ କଟାଯିବାପରେ ମମତା ଏହି ଟିପ୍ପଣୀ ଦେଇଛନ୍ତି।