ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଏଣିକି ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ରହିପାରିବେନି ପୁଲିସ ଅଫିସର। ଏହା ସହ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ମଧ୍ୟ ରହିପାରିବେ ନାହିଁ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସେପଟେ ସବୁ ଜିଲ୍ଲାର ଏସ୍‌ପି ଓ କମିଶନରେଟ ପୁଲିସର ଡିସିପିମାନଙ୍କୁ ଏନେଇ ତଥ୍ୟ ଦେବା ପାଇଁ କୁହାଯାଇଛି । ପୁଲିସ୍ ପ୍ରାଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାର ଦେଖିବାକୁ ମିଳିଛି ।