ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ଏବେ ମେଟ୍ରୋ ପ୍ରକଳ୍ପକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଗତ ସରକାର ସମୟରେ ଏକୁଟିଆ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ କରିଦେବେ ବୋଲି ଯେଉଁ ଦୃଢୋକ୍ତି ରଖାଯାଉଥିଲା ତାହା ବାସ୍ତବରେ ସମ୍ଭବ ନଥିଲା । କୋଲକାତାର ଉଦାହରଣ ଦେଇ ଭର୍ତ୍ତୃହରି କହିଲେ, ଯେଉଁଠି ବି ଏକୁଟିଆ ରାଜ୍ୟ ସରକାର ଏଭଳି ପ୍ରୟାସ କରିଛନ୍ତି, ତାହା ସଫଳ ହୋଇନାହିଁ ବୋଲି କହିଛନ୍ତି । ଏହାସହ ଭର୍ତ୍ତୃହରି କହିଛନ୍ତି, ଏଠାରେ କେନ୍ଦ୍ର-ରାଜ୍ୟ ସହଯୋଗରେ ମେଟ୍ରୋ ରେଳ ପ୍ରକଳ୍ପ ହେବ । ମେଟ୍ରୋ ରେଳ ପ୍ରକଳ୍ପ ଆମର ଆବଶ୍ୟକତା କିନ୍ତୁ ଏହା ଆମର ପ୍ରାଥମିକତା ନୁହେଁ ବୋଲି ଭର୍ତ୍ତୃହରି ମତ ଦେଇଛନ୍ତି ।