ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ବିଜେପି-ଜେଡିୟୁ ମେଣ୍ଟ ୨୦୦ ପାର୍ । ନୂଆ ସରକାର ଗଠନ ନେଇ ବିହାରରେ ଚାଲିଛି ଭୋଟ୍ ଗଣତି । ଦିନ ୨ଟା ସୁଦ୍ଧା ୨୦୨ ଆସନରେ ଏନଡିଏ ଆଗରେ ଥିବା ବେଳେ ଆରଜେଡି ଏବଂ କଂଗ୍ରେସ ମାତ୍ର ୩୫ଟି ଆସନରେ ଆଗୁଆ ରହିଛନ୍ତି । ଅନ୍ୟମାନେ କେବଳ ୪ଟି ସିଟରେ ଆଗୁଆ ରହିଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବିହାରବାସୀ ନୀତିଶ କୁମାରଙ୍କୁ ଆଉ ଥରେ ଭରସା କରିଛନ୍ତି । ଏହାସହ ଆରଜେଡି ଏବଂ କଂଗ୍ରେସ ନେତୃତ୍ୱାଧିନ ମହାଗଠବନ୍ଧନକୁ ସମ୍ପୂର୍ଣ୍ଣ ପ୍ରତାଖ୍ୟାନ କରିଛନ୍ତି ।





