ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୁଦ୍ଧକୁ ନେଇ ୪୦ମିନିଟ ଧରି ଫୋନ ଯୋଗେ କଥା ହେଲେ ମୋଦି-ଟ୍ରମ୍ପ ।ତେବେ ଇରାନ ସହିତ ବିବାଦ ମଧ୍ୟରେ, ଏହା ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏପଟେ ସେପଟେ 40 ମିନିଟର ଏହି ଆଲୋଚନା ଭାରତ-ଆମେରିକା ସମ୍ପର୍କ ଉପରେ କେନ୍ଦ୍ରିତ ଥିଲା। ଆଲୋଚନାର ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ କହିଥିଲେ, “ଭାରତର ଲୋକମାନେ ଆପଣଙ୍କୁ ଭଲ ପାଆନ୍ତି।”ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଛନ୍ତି ଯେ ଦୁଇ ନେତା ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଶାନ୍ତି ପ୍ରକ୍ରିୟାରେ ଭାରତର ଭୂମିକା ମଧ୍ୟ ଆଲୋଚନାର ବିଷୟ ଥିଲା। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।