ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): AAP ସାଂସଦ ଅଶୋକ ମିତ୍ତଲଙ୍କ ଘର ଓ LPU ସମେତ ଏକାଧିକ ସ୍ଥାନରେ ଉପରେ ED ର ଚଢାଉ । ତେବେ ବିଦେଶୀ ମୁଦ୍ରା ପରିଚାଳନା ଆଇନ ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବର ପ୍ରସିଦ୍ଧ ‘ଲଭଲି ପ୍ରୋଫେସନାଲ ୟୁନିଭର୍ସିଟି’ (LPU) ସମେତ ଏକାଧିକ ସ୍ଥାନରେ ଏହି ରେଡ୍ ଚାଲିଛି। ସୂଚନାଯୋଗ୍ୟ ଯେ, ୬୧ ବର୍ଷୀୟ ଅଶୋକ ମିତ୍ତଲ ନିକଟରେ ରାଘବ ଚଢ଼ାଙ୍କ ସ୍ଥାନରେ ରାଜ୍ୟସଭାରେ ଆପ୍ର ଉପନେତା ଭାବେ ନିଯୁକ୍ତ ହୋଇଥିଲେ। ସେପଟେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜଳନ୍ଧର, ଫଗୱାଡ଼ା ଏବଂ ଗୁରୁଗ୍ରାମ ସମେତ ମୋଟ ୮ରୁ ୯ଟି ସ୍ଥାନରେ ଇଡି ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ରେଡ୍ ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ମିତ୍ତଲ ଏବଂ ତାଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନ, ବାସଭବନ ଏବଂ ଫାର୍ମହାଉସ୍ ସାମିଲ ରହିଛି।ତାଙ୍କ ପୁଅ ତଥା ଭାଇ ରମେଶ ମିତ୍ତଲ ଏବଂ ନରେଶ ମିତ୍ତଲଙ୍କ ସହ ଜଡ଼ିତ ଠିକଣାରେ ମଧ୍ୟ ଏକକାଳୀନ ଯାଞ୍ଚ କରାଯାଉଛି।ଲଭଲି ଗ୍ରୁପ୍’ର ପ୍ରମୁଖ ସଂସ୍ଥା ଯେପରିକି- ଲଭଲି ପ୍ରୋଫେସନାଲ ୟୁନିଭର୍ସିଟି, ଲଭଲି ଅଟୋସ୍, ଲଭଲି ସୁଇଟ୍ସ ଏବଂ ଲଭଲି ଡିଷ୍ଟାନ୍ସ ଏଜୁକେସନ୍ ସେଣ୍ଟର ଇଡିର ଟାର୍ଗେଟରେ ରହିଛି।
