ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍‌। ଦୁଇ ତୃତୀୟାଂଶ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହେଲା NDA । ତେବେ ବିଲ୍ ପାସ୍ ପାଇଁ ଆବଶ୍ୟକ ଥିଲା ୩୨୬ ଖଣ୍ଡ ଭୋଟ୍ । ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ ୫୨୮ ସଦସ୍ୟ । ଦରକାର ଥିଲା ୩୨୬, ହୋଇ ପାରିଲାନି ଦୁଇ ତୃତୀୟାଂଶ ସମର୍ଥନ । ସପକ୍ଷରେ ୨୯୮, ବିରୋଧରେ ପଡ଼ିଲା ୨୧୧ ଭୋଟ୍ । ସେପଟେ ସମ୍ୱିଧାନ ସଂଶୋଧନ ବିଲ୍‌-୨୦୨୬ ବି ପାସ୍‌ ହୋଇପାରିଲାନି । ସପକ୍ଷରେ ପଡ଼ିଲା ୨୯୮ ଓ ବିରୋଧରେ ପଡ଼ିଲା ୨୩୦ ଭୋଟ୍ ।