ଭୁବନେଶ୍ବର, ୨୬/୧୨: 2022 ଏବଂ 2023 ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନ ଘନ ବିଦେଶ ଗସ୍ତ ହୋଇଥିଲା l ସବୁ ଗସ୍ତର ଉଦ୍ଦେଶ୍ୟ ଥିଲା ଆନ୍ତର୍ଜାତିକ କମ୍ପାନୀ ମାନଙ୍କୁ ଓଡିଶାରେ ପୁଞ୍ଜିଲଗାଣ ପାଇଁ ଆହ୍ୱାନ କରିବା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଭି କେ ପାଣ୍ଡିଆନ ପରିଚାଳନା କରୁଥିଲେ l ଏହି ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା l କିନ୍ତୁ ଗୋଟିଏ ବି କମ୍ପାନୀ ପୁଞ୍ଜି ନିବେଶ କରିବାକୁ ଆସିନଥିଲେ l ତେଣୁ ବାସ୍ତବରେ ପ୍ରଶ୍ନ ଉଠିଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପ୍ରକୃତରେ ପୁଞ୍ଜି ଆକର୍ଷଣ ପାଇଁ ନା ଅନ୍ୟ କିଛି ଉଦ୍ଧେଶ୍ୟ ଥିଲା l ଏହାର ସମସ୍ତ ତଥ୍ୟ ପ୍ରମାଣ ଶୁକ୍ରବାର ସୂଚନା ଅଧିକାର ଅଭିଯାନ ପକ୍ଷରୁ ଖୁଲାସା କରାଯାଇଛି।
ଏକ ସାମ୍ବାଦିକ ସମ୍ମଳନୀରେ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତକୁ ନେଇ ବହୁ ସାଂଘାତିକ ତଥ୍ୟ ପ୍ରଦାନ କରିଛନ୍ତି।
- ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନ 2023 ଏପ୍ରିଲରେ ଜାପାନ ଗସ୍ତ ସମୟରେ ଅନ୍ୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ଏକାଠି ନଯାଇ ଅଲଗା କାହିଁକି ଗଲେ? ବୋଲି ପ୍ରଦୀପ ପ୍ରଧାନ ପ୍ରଶ୍ନ କରିଛନ୍ତି।
- ଜାପାନ ଗସ୍ତ ବେଳେ ନବୀନ ବାବୁ ଓ ପାଣ୍ଡିଆନ 1.60 କୋଟି ଭଡା ଦେଇ ଏକ ସ୍ୱତନ୍ତ୍ର ବୀମାନ ରେ ସିଙ୍ଗାପୁର ଗଲେ କାହିଁକି ? ସିଙ୍ଗାପୁର ରେ କି କାର୍ଯ୍ୟ ଥିଲା ବୋଲି ଶ୍ରୀପ୍ରଧାନ ପଚାରିଛନ୍ତି|
- ପୁଣି ଜାପାନ ରୁ ଫେରିଲା ବେଳେ ଥାଇଲାଣ୍ଡ ଗଲେ କାହିଁକି? ସେଠାରୁ ଏକ ସ୍ୱତନ୍ତ୍ର ବୀମାନରେ ଭୁବନେଶ୍ୱର ଫେରିବା ପଛର କାରଣ କଣ ବୋଲି ପଚରାଯାଇଛି ।
- ଜାପାନ ଗସ୍ତ ପାଇଁ ସିଙ୍ଗାପୁରରୁ ଟୋକିଓ ଏବଂ ଟୋକିଓରୁ ଥାଇଲାଣ୍ଡ ବିମାନ ଟିକଟ OTDC ନକରି ଉତ୍ତରପ୍ରଦେଶର ଏକ ଟ୍ରାଭେଲ ଏଜେନ୍ସି କାହିଁକି କରିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀପ୍ରଧାନ ପ୍ରଶ୍ନ କରିଛନ୍ତି ।
- ଜାପାନ ରେ ନବୀନ ବାବୁ, ପାଣ୍ଡିଆନ ଓ ରବିକାନ୍ତଙ୍କ ରହଣି ଖର୍ଚ୍ଚ ଏହି ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ପେମେଣ୍ଟ କାହିଁକି ହୋଇଥିଲା l IPICOL ବା FICCI କାହିଁକି ବିଲ ପେମେଣ୍ଟ କଲେ ନାହିଁ ବୋଲି ସରକାରଂକଠୁ ସ୍ପଷ୍ଟିକରଣ ମାଗିଛନ୍ତିl
- ଜାପାନ ଗସ୍ତରେ ମନ୍ତ୍ରୀ ଓ 12 ରୁ ଉର୍ଦ୍ଧ ଅଫିସର ଯାଇଥିଲେ l FICCI ସବୁ ଖର୍ଚ୍ଚ କରିଥିଲା ମାତ୍ର ନବୀନ-ପାଣ୍ଡିଆନ-ରବିକାନ୍ତଂକ ଖର୍ଚ୍ଚ FICCI ବଦଳରେ ୟୁପି ର ସଂପୃକ୍ତ ଟ୍ରାଭେଲ ଏଜେନ୍ସି କାହିଁକି କରିଥିଲା ବୋଲି ପଚାରିଛନ୍ତି।
- ଇଟାଲି ଗସ୍ତ ନବୀନ-ପାଣ୍ଡିଆନଂକର ସବୁଠାରୁ ରହସ୍ୟମୟ ଥିଲା ବୋଲି ପ୍ରଦୀପ କହିଛନ୍ତିl ଏହି ଗସ୍ତର କୌଣସି କାଗଜପତ୍ର କିଏ ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତରରୁ ଗାଏବ କଲା ପ୍ରଦୀପ ପଚାରିଛନ୍ତିl ଏହି ଗସ୍ତ କାର୍ଯ୍ୟକ୍ରମର ବିମାନ ଟିକେଟ OTDC ନକରି ଦିଲ୍ଲୀର ଏକ ବେସରକାରୀ ସଂସ୍ଥା କରିଥିଲା l ଏହି ଅର୍ଥ ଆବାସିକ କମିଶନରଙ୍କୁ କାହିଁକି ଦିଆଯାଇଥିଲା l ନବୀନ ବାବୁଙ୍କ ଏହି ଗସ୍ତ ବହୁ ବିବାଦମାନ ଥିଲା ବୋଲି ସୂଚନା ଅଧିକାର ଅଭିଯାନ ପକ୍ଷରୁ କୁହାଯାଇଛି ।
ଏସବୁ ବିଦେଶ ଗସ୍ତକୁ ନେଇ ଅନିୟମିତତା ସାମ୍ନାକୁ ଆସିଥିବାରୁ ଏସବୁ ଗସ୍ତ ଖର୍ଚ୍ଚର ସ୍ୱତନ୍ତ୍ର ଅଡିଟ କରାଯାଉ ବୋଲି ସରକାରଙ୍କ ପାଖରେ ଦାବି କରାଯାଇଛି |





