ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ୨୪କୁ ଜାତୀୟ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି ମ ଏହା ମଧ୍ୟରେ ବିଜେଡି ନେତା ଅରୁଣ ସାହୁଙ୍କ ବଡ ବୟାନ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ଡବଲ ଇଂଜିନ ସରକାର । ଦିଲ୍ଲୀରେ ମେଘ ଇଠାଇଲେ ଏଠି ବର୍ଷା ହେବ । ନିଜସ୍ୱ ଚିନ୍ତାଧାରା କିଛି ନାହିଁ । ଓଡ଼ିଆ ଅସ୍ମିତା ନାହଁ । ଓଡ଼ିଆ ଅସ୍ମିତାର ପ୍ରତୀକ ବିଜୁ ପଟ୍ଟନାୟକ । ତେଣୁ ଓଡ଼ିଶା ସରକାର ତାଙ୍କ ଜନ୍ମଦିନ ମାର୍ଚ୍ଚ ୫କୁ ପଂଚାୟତିରାଜ ଦିବସ ଭାବେ ପାଳନ ହେଉଥିଲା । ହେଲେ ବିଜେପି ସରକାର ଆସି ଏହାକୁ ବନ୍ଦ କରି କେବଳ ଏପ୍ରିଲ ୨୪କୁ ଜାତୀୟ ପଂଚାୟତିରାଜ ଦିବସ ଭାବେ ପାଳନ କଲେ ।ଯଦି ସ୍ୱାଧୀନତା ଦିବସ ଅଗଷ୍ଟ ୧୫ରେ ପାଳନ ହେବା ସହ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ ହେଉଛି । ତେବେ ରାଜ୍ୟସ୍ତରୀୟ ଓ ଜାତୀୟ ପଂଚାୟତିରାଜ ଦିବସ ପାଳନରେ ଅସୁବିଧା କଣ ? ଏହା ଅବୁଝା ସରକାର । ଆଜି ଯେଉଁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଛି, ଚେୟାର ଖାଲି ପଡିଛି । ସରକାରୀ ବାବୁ ଖାଲି ଆଗରେ ବସିଛନ୍ତି । ଟେଣ୍ଟ ହାଉସ ମାଲିକ ବି ବାକିରେ ଚାଲୁଛନ୍ତି । ବିଜୁ ବାବୁଙ୍କ ଜନ୍ମଦିନରେ ଯେପରି ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେଉଥିଲେ । ଏହି ସରକାର ସମୟରେ ଆସୁନାହାନ୍ତି ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
