ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ତେବେ ନିର୍ବାଚନ ଚାଲିଥିବାବେଳେ ବିଜେପି ବୁଥ ଏଜେଣ୍ଟଙ୍କୁ ଆକ୍ରମଣ ହୋଇଥିବାର ଖବର ସାମ୍ନାକୁ ଆସିଛି । ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି। ନଦିଆ ଜିଲାର ଛାପ୍ରାରେ ୫୩ ନମ୍ବର ବୁଥ୍ରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର କର୍ମୀମାନେ ଜଣେ ଭାଜପା ଏଜେଣ୍ଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରେ ଆଘାତ ଦେଇଛନ୍ତି। ଘଟଣାର ସୂଚନା ପାଇ ନିର୍ବାଚନ କମିଶନ ଏହି ବିଷୟରେ ଏକ ରିପୋର୍ଟ ମାଗିଛନ୍ତି।
