ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ପଶ୍ଚିମବଙ୍ଗ, କେରଳମ୍‌, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ଡିଏମକେର ଗଡ଼ ଭାଙ୍ଗିଲା ଦୁଇ ବର୍ଷ ପୂର୍ବେ ଗଠିତ ହୋଇଥିବା ଟିଭିକେ। ତେବେ ବିଜୟ ଥାଲାପଥୀ ୨୦୨୪ ଫେବ୍ରୁଆରୀରେ ତାଙ୍କ ରାଜନୈତିକ ଦଳ ଟିଭିକେର ମୂଳଦୂଆ ଆରମ୍ଭ କରିଥିଲେ । ତାମିଲନାଡୁ ବିଧାନସଭାରେ 324 ଆସନ ଅଛି ଏବଂ ବହୁମତ ହାସଲ କରିବା ପାଇଁ 173 ଆସନ ଆବଶ୍ୟକ। ହେଲେ ୨ ବର୍ଷ ପୂର୍ବରୁ ଗଢ଼ାଯାଇଥିବା ଟିଭିକେ ୭୭ବର୍ଷର ଡିଏମ୍‌କେକୁ ପରାସ୍ତ କରିବାକୁ ଯାଉଛି। ମତଗଣନା ଜାରି ଥିବା ବେଳେ ଟିଭିକେ ୧୦୯ ଏବଂ ଡିଏମ୍‌କେ ୬୦ଟି ଆସନରେ ଆଗୁଆ ରହିଛି।