ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପି ପ୍ରଥମଥର ପାଇଁ ବିଜୟ ଲାଭ କରିଛି । ଏହା ମଧ୍ୟରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟାଳୟରେ ଉଲ୍ଲସିତ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ, ଶେଷରେ ବଙ୍ଗଳାରେ ପଦ୍ମ ଫୁଟିଛି। ମୋଦୀ କହିଛନ୍ତି, ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଜନଶକ୍ତି ବିଜୟୀ ହୋଇଛି ବୋଲି କହିଛନ୍ତି । ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ବିଜୟ ବିଷୟରେ ଉଲ୍ଲେଖ କରି ମୋଦୀ କହିଛନ୍ତି, ଶେଷରେ ପଦ୍ମ ଫୁଟିଛି। ସେ କହିଛନ୍ତି ଯେ ଜଗତ ପ୍ରକାଶ ନଡ୍ଡାଙ୍କ ପରେ ବିଜେପିର ନୂତନ ରାଷ୍ଟ୍ରୀୟ ସଭାପତି ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ଆମେ ବିଶ୍ୱକୁ ଦେଖାଇଛୁ ଯେ ଆମେ କିପରି ଗଣତନ୍ତ୍ରର ଜନନୀ।

କେବଳ ଭାରତର ଗଣତନ୍ତ୍ର ନୁହେଁ, ଭାରତର ସମ୍ବିଧାନ ମଧ୍ୟ ଜିତିଛି। ଆମର ଗଣତାନ୍ତ୍ରିକ ପ୍ରକ୍ରିୟା ମଧ୍ୟ ଜିତିଛି। ପଶ୍ଚିମବଙ୍ଗରେ ପ୍ରାୟ ୯୩% ମତଦାନ ଏକ ଐତିହାସିକ ଉପଲବ୍ଧି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଆସାମ, ତାମିଲନାଡୁ, ପୁଡୁଚେରୀ ଓ କେରଳମ୍‌ରେ ମଧ୍ୟ ଏହି ନିର୍ବାଚନରେ ଐତିହାସିକ ମତଦାନ ହୋଇଛି। ଅଧିକ ମତଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମହିଳା ଭୋଟରଙ୍କୁ ମୋଦୀ ଶ୍ରେୟ ଦେବା ସହ ଏହାକୁ ‘ଭାରତୀୟ ଗଣତନ୍ତ୍ରର ଉଜ୍ଜ୍ୱଳ ଚିତ୍ର’ ବୋଲି କହିଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ନିୟୋଜିତ ସୁରକ୍ଷା ବାହିନୀକୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି।