ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ PA ହତ୍ୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହା ମଧ୍ୟରେ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ମୁଖ୍ୟ ଆକ୍ରମଣକାରୀ ଏବେବି ଫେରାର ରହିଛି । ଏଥିରେ ସ୍ଥାନୀୟ ଜଣେ ଶୁଟର୍ ରହିଛନ୍ତି । ଯାହା ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ତେବେ ମୁଖ୍ୟ ଆକ୍ରମଣକାରୀ ଫେରାର ଅଛି । ଏହାସହ ସୁପାରୀ କିଲିଂ ଦିଗରୁ ତଦନ୍ତ ହେଉଛି । ଚନ୍ଦ୍ରନାଥଙ୍କୁ ହତ୍ୟା କରିବା ପାଇଁ କେହି ସୁପାରୀ ଦେଇଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସେପଟେ ପଶ୍ଚିମବଙ୍ଗରେ ବିଜେପି୨୦୦ରୁ ଅଧିକ ସିଟରେ ବିଜୟୀ ହୋଇଛି ।

କିନ୍ତୁ ଦଳ ଜିତିଲା ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଉତ୍ତେଜନା ଏବଂ ହିଂସା ଦେଖିବାକୁ ମିଳିଛି । କେଉଁଠି ମୂର୍ତ୍ତି ଭଙ୍ଗାରୁଜା ଏବଂ କେଉଁଠି ଦଳୀୟ କାର୍ଯ୍ୟାଳୟରେ ନିଆଁ ଲାଗିଛି । ଏବେସୁଦ୍ଧା ଘଟଣାରେ ଚନ୍ଦ୍ରନାଥଙ୍କୁ ମିଶାଇ ଦୁଇ ବିଜେପି କର୍ମୀ ଏବଂ ଦୁଇ ଜଣ ଟିଏମସି କର୍ମୀ ପ୍ରାଣ ହରାଇ ସାରିଲେଣି ।