ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ

ପାଳନଭୁବନେଶ୍ୱର, ୮ ମାର୍ଚ୍ଚ: ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ରବିବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ବିଜେପି ସରକାର ନାରୀ ସଶକ୍ତୀକରଣକୁ ସ୍ୱତନ୍ତ୍ରତାର ରୂପ ଦେଇଛି ଏବଂ ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦେଇଆସୁଛି।ସେ କହିଥିଲେ ଯେ ଆଜିର ନାରୀ ଆଉ ଅବଳା ନୁହେଁ। କୃଷି, ଶିକ୍ଷାରୁ ଆରମ୍ଭ କରି ବିମାନ ଓ ରକେଟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ନାରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୪ ପରେ ମହିଳା ସଶକ୍ତୀକରଣ ପାଇଁ ବେଟି ବଚାଓ ବେଟି ପଢାଓ ଭଳି ଅନେକ ଯୋଜନା ଆରମ୍ଭ ହୋଇଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ସରକାର ମଧ୍ୟ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି। ଏପର୍ଯ୍ୟନ୍ତ ଚାରି କିସ୍ତିରେ ଏକ କୋଟିରୁ ଅଧିକ ମହିଳା ଏହାର ସୁବିଧା ପାଇଛନ୍ତି। ଏହି ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଉଦ୍ୟୋଗୀ ହେବାକୁ ପ୍ରୋତ୍ସାହନ ଦେଉଛି। ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନା ମଧ୍ୟ ମହିଳାଙ୍କ ସୁରକ୍ଷା ଓ କଳ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଛି।ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼. ଐଶ୍ୱର୍ଯ୍ୟା ବିଶ୍ୱାଳ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ପ୍ରତିବଦ୍ଧ ଓ ସେମାନଙ୍କ ଆର୍ଥିକ ଉନ୍ନତି ପାଇଁ ଅନେକ ନୂତନ ପଦକ୍ଷେପ ନିଆଯାଇଛି।ଏହି ଅବସରରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ୯ ଜଣ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ତରୀୟ ଓ ସ୍ମାରକ ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ। ସେମାନଙ୍କ ମଧ୍ୟରେ ଦୂତି ଚାନ୍ଦ, ପୂଜା ବେହେରା, ବବିତା ପ୍ରିୟଦର୍ଶନୀ, ବବିତା ଦଳାଇ, ଲିଜାଲିନ୍ ଜେନା, ବିଦୁପ୍ରଭା ସ୍ୱାଇଁ ଓ ଝିଲି ଦଳବେହେରା ଆଦି ଅନ୍ତର୍ଭୁକ୍ତ ଥିଲେ। ମାଷ୍ଟରସେଫ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅର୍ଜନ କରିଥିବା ଓଡ଼ିଶାର ଦୁଇ ଭଉଣୀ ଅଞ୍ଜୁ ଓଝା ଓ ମଞ୍ଜୁ ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଜାତୀୟ ସାମାଜିକ ଗଣମାଧ୍ୟମ ସଂଯୋଜକ ସୁଜାତା ପାଢ଼ୀ, ଗାୟିକା ସୁସ୍ମିତା ଦାସ ଓ ମହିଳା ମୋର୍ଚ୍ଚାର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Related Posts