କମିଲା ସୁନା ଦର, ରୁପା ଦର ଅପରିବର୍ତ୍ତିତ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବଜାରରେ ଅସ୍ଥିରତା

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ସୁନା–ରୁପା ବଜାରରେ ପଡ଼ିଛି। ବିଶ୍ୱ ଅର୍ଥନୀତିର ଅସ୍ଥିରତା ମଧ୍ୟରେ ଆଜି ସୁନା ଦରରେ ହ୍ରାସ ଦେଖାଯାଇଛି, ଯେତେବେଳେକି ରୁପା ଦର ଅପରିବର୍ତ୍ତିତ ରହିଛି।ଭୁବନେଶ୍ବର ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୯୬୦ ଟଙ୍କା କମି ୧,୬୧,୬୮୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ମଧ୍ୟ ୧,୮୦୦ ଟଙ୍କା ହ୍ରାସ ପାଇ ୧,୪୮,୨୦୦ ଟଙ୍କାରେ ରହିଛି।ଚଳିତ ମାସର ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସୁନା ଦର କମିଥିଲା, ତେବେ ୭ ତାରିଖରେ ସାନା ବୃଦ୍ଧି ଦେଖାଯାଇଥିଲା। ଆଜି ପୁନର୍ବାର ଦର ହ୍ରାସ ପାଇଥିବାରୁ ବଜାରରେ ଚଞ୍ଚଳତା ଦେଖାଯାଇଛି।ଅନ୍ୟପଟେ ରୁପା ଦର ଗତ କିଛିଦିନ ଧରି ଅପରିବର୍ତ୍ତିତ ରହିଛି। ଭୁବନେଶ୍ବର ବଜାରରେ ବର୍ତ୍ତମାନ ରୁପା ଦର କିଲୋଗ୍ରାମ୍ ପିଛା ୨,୯୦,୦୦୦ ଟଙ୍କା ରହିଛି।ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ମଧ୍ୟପ୍ରାଚ୍ୟର ଯୁଦ୍ଧ ଓ ବିଶ୍ୱ ବଜାରର ଅସ୍ଥିରତା ଆଗାମୀ ଦିନରେ ସୁନା–ରୁପା ଦରକୁ ଆଉ ପ୍ରଭାବିତ କରିପାରେ।

Related Posts