ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟିଭିକେକୁ ଖୋଲା ସମର୍ଥନ ପରେ AMMKର ଏକମାତ୍ର ବିଧାୟକ କାମରାଜ ହେଲେ ଦଳରୁ ବହିଷ୍କୃତ। ତେବେ ତାମିଲନାଡୁରେ ଫ୍ଲୋର ଟେଷ୍ଟ (Tamil Nadu Floor Test) ପୂର୍ବରୁ କାମରାଜ ଦଳର ଅନୁମତି ବିନା ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତାଙ୍କ ଦଳ ଟିଭିକେକୁ ଖୋଲା ସମର୍ଥନ ଦେଇଛନ୍ତି । ସେପଟେବିଧାନସଭାରେ ମଙ୍ଗଳବାର କାମରାଜ ଟିଭିକେକୁ ସମର୍ଥନ ନେଇ ଘୋଷଣା କରିଥିଲେ । ଏହା ପରେ ଦୀନାକରନ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, କାମରାଜଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
କାମରାଜ ଦଳୀୟ ନୀତିରୁ ବାହାରକୁ ଯାଇ କାମ କରିଛନ୍ତି ବୋଲି ଦୀନାକରନ କହିଛନ୍ତି । କାମରାଜଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ବହିଷ୍କାର କରାଯାଇଛି । କାମରାଜ ମନ୍ନାରଗୁଡ଼ି ଆସନରେ ଡିଏମକେ ପ୍ରାର୍ଥୀ ଟିଆରଭି ରାଜାଙ୍କୁ ୧୫୬୬ ଭୋଟରେ ପରାସ୍ତ କରିଥିଲେ । କାମରାଜଙ୍କୁ ବହିଷ୍କାର କରି AMMK ବିଧାୟକ ଶୂନ୍ୟ ହୋଇଯାଇଛି ।
