ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁରର ବିଧାୟକ ଭାବେ ଶପଥ ନେଲେ । ସେପଟେ ୨୦୧୬ ମସିହାରୁ ସେ ପ୍ରତିନିଧିତ୍ବ କରି ଆସୁଥିବା ନନ୍ଦୀଗ୍ରାମରେ ହେବ ଉପନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି। ଏହା ସହ ସେ କହିଛନ୍ତି ଯେ ଅଧିକାରୀ କହିଛନ୍ତି, ମତେ ମୋ ଦଳର ନିଷ୍ପତ୍ତିକୁ ମାନିବାକୁ ପଡ଼ିଲା। ନନ୍ଦୀଗ୍ରାମରୁ ଅନ୍ୟ କେହି ନିର୍ବାଚିତ ହେବେ। କିନ୍ତୁ ମୁଁ ପ୍ରତିଜ୍ଞା କରୁଛି ଯେ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମୁଁ ଏଠାକାର ଲୋକଙ୍କୁ ଅନୁଭବ କରିବାକୁ ଦେବିନାହିଁ ଯେ ମୁଁ ସେମାନଙ୍କ ବିଧାୟକ ନୁହେଁ। ପ୍ରଚାର ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ଶୁଭେନ୍ଦୁ କହିଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଶାଳ ବିଜୟ ହେବାପରେ ଶୁଭେନ୍ଦୁ ଭୋଟରମାନଙ୍କୁ ଧନ୍ୟବାଦ ଜଣାଇବାପାଇଁ ୩ ଥର ନନ୍ଦୀଗ୍ରାମ ଯାଇଛନ୍ତି। ଶୁଭେନ୍ଦୁ ଅଧିକାରୀ ଚଳିତ ବିଧାନସଭା ନିର୍ବାଚନରେ ଭବାନୀପୁର ଆସନରେ ମମତାଙ୍କୁ ୧୫ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି।