ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): NEET (UG)ପରୀକ୍ଷା ରଦ୍ଦ ହେବା ହେବା ପରେ ସାରା ଦେଶର ରାଜନୀତିକ ମାହଲ ବେଶ୍ ଚାଳଚଞ୍ଚଳ ହୋଇଉଠିଛି । ଏହା ମଧ୍ୟରେ ନୂଆ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେଇଥିବା ସି, ଯୋଶେଫ୍ ବିଜୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସେ କହିଛନ୍ତି ମେଡିକାଲ କଲେଜରେ ପ୍ରବେଶ ପାଇଁ ହେଉଥିବା NEET ପରୀକ୍ଷା ବନ୍ଦ ହୋଇଯିବା ଦରକାର । କେବଳ ଦ୍ବାଦଶ ବା 12th ମାର୍କ ଲିଷ୍ଟକୁ ଆଧାର କରି ମେଡିକାଲ କଲେଜରେ ପ୍ରବେଶ ଦିଆଯିବା ଉଚିତ । ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ସମାନ ସୁଯୋଗ ଦେବ ବୋଲି କହିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପଥି NEETକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, NEET ପେପର୍ ଲିକ୍ ପ୍ରଥମ ଥର ପାଇଁ ନୁହେଁ ଦ୍ବିତୀୟ ବାର ଘଟିଛି ।
ଏ ଘଟଣା ପୂରା ଦେଶ ପାଇଁ ଲଜ୍ଜା । ୨୦୨୪ରେ ବି ପେପର୍ ଲିକ୍ ହୋଇଥିଲା । ୬ଟି ରାଜ୍ୟରେ ଏଫଆଇଆର୍ ଦାଏର ହୋଇଥିଲା ଯାହାର ତଦନ୍ତ ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ପୂର୍ବତନ ISRO ଅଧ୍ୟକ୍ଷ ଡକ୍ଟର କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ପାଇଁ ପରାମର୍ଶ ହୋଇଥିଲା କିନ୍ତୁ ଲାଭ କିଛି ହେଲନା ବରଂ ପୁଣି ସେହିଭଳି ଘଟଣା ଘଟିଲା ।
ଏ ଘଟଣା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସକୁ ଭାଙ୍ଗିଦେଇଛି ବୋଲି ବିଜୟ କହିଛନ୍ତି। ସେପଟେ କେବଳ ବିଜୟ ଥାଲାପଥି ନୁହନ୍ତି ବରଂ ବହୁ ପୂର୍ବରୁ ତାମିଲନାଡ଼ୁରେ ବିରୋଧ ହୋଇଆସୁଛି । ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ଏତେ ସୁଧାର ପରେ ଯଦି ସିଷ୍ଟମରେ ସୁଧାର ହେଉନି ତାହାଲେ ଏ ପରୀକ୍ଷା ଉଠେଇ ଦେବାକଥା । ଏହା ବଦଳରେ ପିଲାଙ୍କ ଦ୍ବାଦଶ ମାର୍କକୁ ଭିତ୍ତି କରି ମେଡିକାଲ କଲେଜରେ ଆଡମିସନ୍ ମିଳିବା କଥା ।
