ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ମହଙ୍ଗା ହେଲା ପେଟ୍ରୋଲ ଏବଂ ଡିଜେଲ; ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା । ଡିଜେଲ ୩.୧୧ ଟଙ୍କା ମହଙ୍ଗା । ତେବେ ଗତ କିଛି ଦିନ ଧରି ଯେପରି ଅନୁମାନ କରାଯାଉଥିଲା ତାହା ଅନୁଭୂବ ହୋଇଛି। ଶୁକ୍ରବାର ସକାଳ ୬ଟାରୁ ଦିଲ୍ଲୀ ସମେତ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇଛି, ଯାହା ଫଳରେ ଏହା ଏବେ ୯୭.୭୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇ ୯୦.୬୭ ଟଙ୍କାରେ ପହଞ୍ଚିଛି। ୨୦୨୨ ପରେ ପ୍ରଥମ ଥର ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି।
