ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିବା ପରେ ବାରିକେଡ୍ରେ ଟିଏମ୍ସିର ଖାସ୍ ଧଳା ଓ ନୀଳ ରଙ୍ଗକୁ ବଦଳାଇଲା ବିଜେପି। ତେବେ ଟିଏମ୍ସିର ଖାସ୍ ଧଳା ଓ ନୀଳ ରଙ୍ଗ ବଦଳରେ ରାସ୍ତାର ବାରିକେଡ୍ରେ ଧଳା ଓ ହଳଦିଆ ରଙ୍ଗ ଲଗାଉଛି। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ସହିତ ଏକ ନୂଆ ଅଧ୍ୟାୟ ମଧ୍ୟ ଆରମ୍ଭ ହୋଇଛି। ଚିତ୍ରଶିଳ୍ପୀଙ୍କୁ ପୂର୍ବର ଧଳା ଓ ନୀଳ ରଙ୍ଗ ବଦଳରେ ଧଳା ଓ ହଳଦିଆ ରଙ୍ଗ ବୋଳିବାର ଦେଖିବାକୁ ମିଳିଛି।
ସୋମବାର ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଥିଲା ଯେ, ରାଜ୍ୟ ଯାହା ୧୫ ବର୍ଷରେ ତୃଣମୂଳ କଂଗ୍ରେସ ସରକାର ସମୟରେ କରିପାରି ନ ଥିଲା ତାହା ଡବଲ ଇଞ୍ଜିନ ସରକାର ପ୍ରଥମ ସପ୍ତାହରେ କରି ଦେଖାଇଛି। ଏଥିରେ ବିଜେପି ସରକାର ଦ୍ବାରା ନିଆଯାଇଥିବା ପଦକ୍ଷେପର ଏକ ତାଲିକା ଓ ଆନ୍ତର୍ଜାତିକ ସ୍ତରରେ ଗ୍ରହଣୀୟ ହଳଦିଆ ରଙ୍ଗରେ ରାସ୍ତାର ବ୍ୟାରିକେଡ୍ ଓ ଅନ୍ୟ ନାଗରିକ ଭିତ୍ତିଭୂମିକୁ ରଙ୍ଗ ଦିଆଯାଇଥିବାର ଭିଡିଓ ସେୟାର କରାଯାଇଛି।
