ନିୟମ ଉର୍ଦ୍ଧ୍ବରେ କେହି ନୁହେଁ: ଓମ୍ ବିର୍ଲା

ନୂଆଦିଲ୍ଲୀ: ଲୋକସଭାରେ ତାଙ୍କ ବିରୋଧରେ ଆଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଲୋକସଭା ବାଚସ୍ପତି Om Birla ପୁନର୍ବାର ବାଚସ୍ପତିଙ୍କ ଆସନରେ ବସି ଗୃହକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ଗୃହରେ ନିୟମ ଓ ସଂବିଧାନ ସର୍ବୋପରି, ଏବଂ ନିୟମ ଉର୍ଦ୍ଧ୍ବରେ କୌଣସି ସଦସ୍ୟ ନୁହେଁ।ବିରୋଧୀ ଦଳ ତରଫରୁ ଉଠାଯାଇଥିବା ଅଭିଯୋଗଗୁଡ଼ିକୁ ଉତ୍ତର ଦେଇ ବିର୍ଲା କହିଛନ୍ତି ଯେ ଗୃହର କାର୍ଯ୍ୟକୁ ଠିକ୍ ଭାବେ ଓ ନିୟମାନୁସାରେ ପରିଚାଳନା କରିବା ତାଙ୍କର ପ୍ରମୁଖ ଦାୟିତ୍ୱ। ଗୃହର ଗରିମା ଓ ସଂସଦୀୟ ପରମ୍ପରାକୁ ରକ୍ଷା କରିବା ପାଇଁ ସେ ସବୁବେଳେ ପ୍ରୟାସରତ ରହିଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି।ସେ ଆହୁରି କହିଛନ୍ତି ଯେ ନିରପେକ୍ଷ ଭାବେ ଗୃହ କାର୍ଯ୍ୟ ପରିଚାଳନା କରିବା ପାଇଁ ସେ ସଦା ଚେଷ୍ଟା କରିଆସୁଛନ୍ତି ଏବଂ କୌଣସି ସଦସ୍ୟଙ୍କ ପ୍ରତି ପକ୍ଷପାତ କରାଯାଇନି।ଏହାସହିତ Rahul Gandhi ତରଫରୁ ଉଠାଯାଇଥିବା ‘ମାଇକ୍ ସୁଇଚ୍‌ ଅଫ୍ କରାଯାଉଛି’ ବୋଲି ଅଭିଯୋଗକୁ ବିର୍ଲା ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ବାଚସ୍ପତିଙ୍କ ଆସନ ନିକଟରେ କୌଣସି ମାଇକ୍ ସୁଇଚ୍ ନଥାଏ ଏବଂ ଏପରି ଅଭିଯୋଗର କୌଣସି ଆଧାର ନାହିଁ।ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ସଶକ୍ତ ବିରୋଧୀ ଦଳ ଆବଶ୍ୟକ ବୋଲି କହି ବିର୍ଲା ଜଣାଇଛନ୍ତି ଯେ ସଂସଦରେ ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ପରିଚାଳନା କରାଯିବ।

Related Posts