ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କୁ ପୁଣି ଘେରିଲା ବିଜେଡି। ତେବେ ପ୍ରେସ ମିଟ୍ କରି ରାଜ୍ୟ ସରକାରଙ୍କ ନୀତି ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାଶବର୍ମା । ମୁଖ୍ୟମନ୍ତ୍ରୀଙ୍କ ଚାଉଳ ରଖିବାକୁ ଜାଗା ନଥିବା ମନ୍ତବ୍ୟକୁ ନେଇ ଘେରିଛି ବିଜେଡି ।ବିଜେଡି ନେତା ସଞ୍ଜୟ ଦାଶବର୍ମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ସ୍ଵୀକାର କରିଛନ୍ତି ଯେ ବର୍ତ୍ତମାନ କୃଷି କ୍ଷେତ୍ର ପ୍ରଭାବିତ। ରାଜ୍ୟର ୭୦ ଚାଷୀ ଉଦ୍ଦେଶ୍ୟରେ କହିଛନ୍ତି।

୭୩ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହୋଇଛି କିନ୍ତୁ ତାକୁ ରଖିବା ପାଇଁ ଜାଗା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅର୍ଥାତ୍ ଚାଉଳ ରଖିବା ପାଇଁ ଦୁଇ ବର୍ଷରେ ଗୋଦାମ ସୃଷ୍ଟି ହୋଇନାହିଁ।ଓଡିଶାର ବଳକା ଚାଉଳ କେନ୍ଦ୍ର କେମିତି ଉଠାଇବ ସେଥିପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ମନ୍ତ୍ରୀ ତଥା ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ୧୯ ତାରିଖ କୌଣସି ସ୍ଥାନରେ ମଣ୍ଡି ଖୋଲିନି। ଡବଲ ଇଞ୍ଜିନ ସରକାରରେ ଡବଲ ଧୋକା। ସରକାରକୁ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ କରିବେ, କିନ୍ତୁ ଏହାକୁ ବନ୍ଦ କରି ଚାଷୀଙ୍କ ହିତରେ ତୁରନ୍ତ ବୈଠକ ଡାକିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ।