ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ବାନ୍ଦା ବିଶ୍ବରେ ସବୁଠାରୁ ଉତ୍ତପ୍ତ । ତାପମାତ୍ରା ଏଠାରେ ଲଗାତାର ବିପଜ୍ଜନକ ସ୍ତର ଅତିକ୍ରମ କରୁଛି ଏବଂ ଏହା ବିଶ୍ବରେ ସବୁଠାରୁ ଉତ୍ତପ୍ତ ସ୍ଥାନରେ ପରିଣତ ହୋଇଛି। ମେ’ ୧୯ ତାରିଖରେ ବାନ୍ଦା ତାପମାତ୍ରା ୪୮.୨ ଡିଗ୍ରି ଥିଲା ଏବଂ ଏହା ଏସିଆରେ ସବୁଠାର ଉତ୍ତପ୍ତ ସ୍ଥାନ ପାଲଟିଥିଲା। ଏହାର କିଛି ସପ୍ତାହ ପୂର୍ବରୁ ଏପ୍ରିଲ ୨୭ ତାରିଖରେ ବାନ୍ଦା ଜିଲ୍ଲା ୪୭.୬ ଡିଗ୍ରି ସେଲସିୟସ ସହ ବିଶ୍ବ ଉତ୍ତପ୍ତ ତାଲିକାର ଶୀର୍ଷରେ ରହିଥିଲା।

ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ପରିବେଶର କ୍ଷତି, ସବୁଜିମା ହଟିଯିବା , ନଦୀ ଶଯ୍ୟାରେ ଖନନ ଏବଂ କଂକ୍ରିଟ ନିର୍ମାଣ ବୃଦ୍ଧି ପାଇବା ଦ୍ବାରା ବାନ୍ଦା ଏକ ବିପଜ୍ଜନକ ଭାବେ ଉତ୍ତପ୍ତ ଅଂଚଳ ପାଲଟିଛି। ବାନ୍ଦା ପରି ପ୍ରୟାଗରାଜରେ ମଧ୍ୟ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି। ଇତିମଧ୍ୟରେ ଆଇଏମ୍‌ଡି ଆଗ୍ରା, ଫିରୋଜାବାଦ, ଏଟାୱା ଜଲୌନ, ଝାନ୍‌ସି, ହମିରପୁର , ମାହୋବା, ବାନ୍ଦା, ଫତେପୁର ପାଇଁ ରେଡ ଆଲର୍ଟ ଜାରି କରିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିବ।