ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ବଡ ବୟାନ ଦେବା ସହ ତାଙ୍କୁ ‘ ଗଦ୍ଦର ’ କହିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲଙ୍କ ‘ଗଦ୍ଦର’ ଟିପ୍ପଣୀକୁ ବିଜେପି କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀଙ୍କୁ ଲଗାତାର ଟାର୍ଗେଟ୍‌ କରି ରାହୁଲ ଗାନ୍ଧୀ ଦେଶକୁ ଅପମାନିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ରାହୁଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ‘ଗଦ୍ଦର’ ଶବ୍ଦ ବ୍ୟବହାର କରି ଭାରତର ଲୋକମାନଙ୍କୁ ଅପମାନିତ କରିଛନ୍ତି।

ସେ ଦେଶର ୧୪୦ କୋଟି ନାଗରିକଙ୍କୁ ଅପମାନିତ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ରିମୋଟ କଣ୍ଟ୍ରୋଲ ଏବେ ପାକିସ୍ତାନ ଏବଂ ଅନ୍ୟ ଭାରତୀୟ ଶକ୍ତିଙ୍କ ହାତରେ ରହିଛି ବୋଲି ସେ କହିଛନ୍ତି। ଅନ୍ୟଜଣେ ବିଜେପି ମୁଖପାତ୍ର ‌ଶେହଜାଦ ପୁନାୱାଲା ମଧ୍ୟ କଂଗ୍ରେସ ନେତାଙ୍କ ଟିପ୍ପଣୀ ପାଇଁ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ପୁନାୱାଲା କହିଛନ୍ତି, କଂଗ୍ରେସ ମହବ୍ବତ କୀ ଦୁକାନ କଥା କହୁଛି କିନ୍ତୁ ଏହା ସେମାନଙ୍କ ପ୍ରକୃତ ପରିଚୟ। ସେମାନେ ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମା’ଙ୍କୁ ମଧ୍ୟ ଅପମାନିତ କରିଛନ୍ତି ବୋଲି କହିଛନ୍ତି।