ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ। ତେବେ ଗୃହ ବିଭାଗ ଓଏସଡି ଭାବେ ମିଳିଲା ନିଯୁକ୍ତି । ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ମିଳିଲା ନୂଆ ଦାୟିତ୍ବ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ବଦଳି ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି । ଗୃହ ବିଭାଗ ଅତିରିକ୍ତ ସିଚବ ତ୍ରିଲୋଚନ ମାଝୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ କଟକସ୍ଥିତ ଯୋଗାଯୋଗ ବିଭାଗର ଏଡିଜିପି ଦାୟିତ୍ବରେ ଥିଲେ । ତେବେ ଦୟାଲ ଗଙ୍ଗଓ୍ବାରଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି ।
ସେପଟେ ମେ ୭ ତାରିଖରେ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପିଟି ପିଟି ହତ୍ୟା କରିଥିଲେ । ଏହି ମାମଲାରେ ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିସାରିଛି । ହେଲେ ଏହି ଘଟଣାରେ ସବୁଠୁ ଅଧିକ ବିବାଦୀୟ ହୋଇପଡିଥିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାର । ଏହି ବରିଷ୍ଠ ଆଇପିଏସଙ୍କ ନାଁରେ ପରିବାର ପକ୍ଷରୁ ଆଣିଥିଲେ ସଙ୍ଗୀନ ଅଭିଯୋଗ । ହେଲେ ଅଭିଯୋଗରେ କେତେ ସତ, କେତେ ମିଛ । ତା ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ ।
