ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବହୁତ ଦିନରୁ ଚର୍ଚ୍ଚା ହେଇ ଆସୁଛି । ଏହା ମଧ୍ୟରେ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ତେବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କୌଣସି ବି ମୂହୁର୍ତ୍ତରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ । କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା ସହିତ ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ଦଳ ଓ ସରକାର ଏହାରି ଭିତରେ ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ସମ୍ଭବତଃ ଖୁବଶୀଘ୍ର ଏହା ଶେଷ ହେବ ବୋଲି କହିଛନ୍ତି । ସେହିପରି ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଅଧିକାର। ଯେହେତୁ ଆବଶ୍ୟକତା ଅଛି, କିଛି ପଦବୀ ବି ଫାଙ୍କା ଅଛି, ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିପାରିବେ। ଯଦି କେଉଁ ନୂଆ ସଦସ୍ୟଙ୍କୁ ଯୋଡିବାକୁ ଚାହିଁବେ ତାହା ମଧ୍ୟ କରିପାରିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରିବେ ବୋଲି କହିଛନ୍ତି ।
