ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିଜେପି ସରକାରକୁ ଦୁଇବର୍ଷ ପୁରିବାକୁ ମାତ୍ର ୨ ସପ୍ତାହ ବାକି ରହିଛି । ଏହା ମଧ୍ୟରେ ରାଜ୍ୟରେ ମନ୍ତ୍ରିମଣ୍ଡଳର ଚର୍ଚ୍ଚା ଜୋର୍ ଧରିଛି । ଅନେକ କହିଛନ୍ତି ଏଥର ପ୍ରେସମିଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରୀମଣ୍ଡଳ କୁ ପୁରା କରିବେ । ଅର୍ଥାତ୍ ଯେଉଁ ଛଅ ବାକି ଥିଲା ତାହା ପୂରଣ କରିବେ । ଏସବୁ ଚର୍ଚ୍ଚା ମଧ୍ୟରେ ରାଜ୍ୟର ବିଜେପି କ୍ୟାମ୍ପରେ ଜୋରସୋର୍ ଲବି ଆରମ୍ଭ ହେଇଯାଇଛି, ଯାହା ଉପରକୁ ଦେଖା ଯାଉନି ହେଲେ ଭିତରେ ପୁରା ଚାଲିଛି । କିଏ ରହିବ କିଏ ଆସିବ ଏନେଇ ଅନେକଙ୍କ ମନରେ ଚିନ୍ତା । ଗତ ଥର ମନ୍ତ୍ରୀମଣ୍ଡଳ ଗଠନର ମୋହନ ମାଝୀଙ୍କ କିଛି ପ୍ରାୟ ହାଟ ନଥିଲା କହିଲେ ଚଳେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫୁଲ୍ ଦବ ଦବା ଥିଲା । ବହୁ ମନ୍ତ୍ରୀ ତାଙ୍କ ଆଶୀର୍ବାଦରେ ରେ ହେଇଛନ୍ତି ବୋଲି ଅନୁମାନ କରାଯାଏ ।
ବର୍ତ୍ତମାନ ନୂତନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ ନା ବାକି ୬ ମନ୍ତ୍ରୀପଦ ଦିଆଯିବ ସେ ନେଇ ମୋହନ ମାଝୀ ଆଉ ମନମୋହନ ସାମଲଙ୍କ ମଧ୍ୟରେ ଚିଠା ମେଲମେଲି ଚାଲିଛି । ଏଥର ମୋହନ ମାଝୀଙ୍କର ଲମ୍ବା ଚିଠା ରଖିଥିବାବେଳେ ସେହିପରି ମନମୋହନ ସାମଲ ମଧ୍ୟ ଚିଠା ବନାଇଛନ୍ତି । ଦେଖିବାକୁ ବାକି ରହିଲା ଦୁଇଜଣଙ୍କ ଚିଠା କେତେ ତାଲ ମେଲ୍ ଖାଉଛି। ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପରେ ଏନେକ ନିରାଶା । କାହିଁକିନା ଗୁଡ଼ାଏ ମନ୍ତ୍ରୀ ଏବେ ନିଜ ପଦ ପାଇଁ ପ୍ରଶ୍ନବାଚୀ ରେ ରହିଛନ୍ତି । ମୁକେଶ ମହଲିଂଙ୍କ ଭବିଷ୍ୟତ କଣ ହେବ ତାହା ଏବେ ପ୍ରଂଶବଚି ।
ସେହିପରି ସୂର୍ଯ୍ୟବଂଶୀ ସୂରଜ, ସମ୍ପଦ ସ୍ବାଇଁ, ଟୁଟୁ ବଳ, ଗୋକୁଳାନନ୍ଦ ମଲ୍ଲିକ, ବିଭୂତି ଜେନାଙ୍କ ଉପରେ ମଧ୍ୟ ପ୍ରଶ୍ନବାଚୀ ରହିଛି, ଏମାନେ ଖୋଜିବେ ନ ରହିବେ । ଏସବୁ ଆମେ ପୁରା ପୁରି ଠିକ୍ ବୋଲି କହୁନୁ କାହିଁକିନା ଭାରତୀୟ ଜନତା ପାର୍ଟିର ବିଭିନ୍ନ କ୍ୟାମ୍ପରୁ ସବୁ କଥାକୁ ଶୁଣିବା ପରାଇଯାହା ସତ୍ୟ ବୋଲି ଲାଗୁଛି ତାହା ଆମେ କହୁଛୁ। ଏସବୁ ମଧ୍ୟରେ KV ସିଂହ ଦେଓଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ପଡିପାରେ। KV ସିଂହ ଦେଓଙ୍କ ବଦଳରେ ହୋଇ ପାରନ୍ତି ସୁରେଶ ପୂଜାରୀ ।
ଏସବୁ ମଧ୍ୟରେ କେଭିଙ୍କ ପାଇଁ ଟାଟା ତିସ୍କମ୍ ଓ ଅନ୍ୟାନ୍ୟ ଲବି ଜୋରଦାର ଲାଗିଛନ୍ତି ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ରଖାଯାଉ ବୋଲି। କିନ୍ତୁ କେଭିଙ୍କୁ ହଟେଇବାକୁ ନେଇ ଉଭୟ ମୋହନ ମାଝୀ ଓ ମନମୋହନ ସାମଲ ଆଉ ଦିଲ୍ଲୀର ହାଇକମାଣ୍ଡ ଆପାତତ୍ ସ୍ତିର କରିଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ ସୁରମା ପାଢ଼ୀ ଯିଏ ବାଚସ୍ପତି ଅଛନ୍ତି ସେ ଅନାଗ୍ରହ ପ୍ରକାଶ କରି କ୍ୟାବିନେଟରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଆଉ କେଭି ସିଂହଙ୍କୁ କରାଯାଇ ପାରେ ବାଚସ୍ପତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଶୁଣିବାକୁ ମିଳିଛି ସୁରମା ପାଢ଼ୀ କ୍ୟାବିନେଟ୍ କୁ ଆସିବାକୁ ବିରୋଧ କରୁଛନ୍ତି ପ୍ରଭାତୀ ପରିଡ଼ା । ଅନ୍ୟପଟେ ପ୍ରଭାତୀ ପରିଡ଼ାଙ୍କ କର୍ୟକୁ ନେଇ ସରକାର ଓ ପାର୍ଟି ଜମାବି ସନ୍ତୁଷ୍ଟ ନୁହଁ ।
ସେପଟେ ସୁରମା ପାଢ଼ୀ ବରିଷ୍ଟ ହୋଇଥିବାରୁ ମନ୍ତ୍ରିହେବାର ଅଭିଜ୍ଞତା ତାଙ୍କ ପାଖରେ ଅଛି । ସୁରମା ପାଢ଼ୀ ଯଦି ଫେରନ୍ତି ତାହାଲେ କ୍ୟାବିନେଟ୍ ମନ୍ତ୍ରୀ ରହିବେ ନ ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ କଢାଯାଇ ସୁରମା ପାଢ଼ୀଙ୍କୁ ରଖାଯିବ । ଏସବୁ ମଧ୍ୟରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀଙ୍କୁ ବଦଳ କରାଯିବା ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଚିନ୍ତା ର ବିଷୟ ଏହା ଯେ ସୁରମା ପାଢ଼ୀ ଓ ସୁରେଶ ପୂଜାରୀ ହେଇଯିବେ ଉପୋର୍ କାଷ୍ଟ ଅର୍ଥାତ୍ ଜେନେରାଲ କାଟେଗରୀ । ଏସବୁକୁ ଦେଖିଲେ ଲାଗୁଛି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଜାଗା ସୁରକ୍ଷିତ ଅଛନ୍ତି ।
ଉଭୟ ମୋହନ ଆଉ ମନମୋହନ ଙ୍କ ନୂତନ ଚିଠା ରେ ଏଣ୍ଟ୍ରି ମାରିବେ ଜୟ ନାରାୟଣ ମିଶ୍ର ଓ ତାଙ୍କୁ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ୱ ଦେବେ ବୋଲି ଶୁଣିବାକୁ ମିଳୁଛି । ହେଲେ ଧର୍ମେନ୍ଦ୍ର ପ୍ରଧାନ ଚାହୁଁ ନାହାନ୍ତି ଜୟ ନାରାୟଣ ମିଶ୍ର ଏଣ୍ଟ୍ରି ମାରନ୍ତୁ ବୋଲି ବେଳେ ଉଭୟ ମନମୋହନ ଆଉ ମୋହନ ମାଝୀ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ୍ ଦେବା ପାଇଁ ଏପରି କରୁଛନ୍ତି । ସେପଟେ ମୋହନ ମାଝୀଙ୍କ ମନ୍ତ୍ରୀମଣ୍ଡଳର ମହିଳା ସଂଖ୍ୟା କମ୍ ଅଛନ୍ତି । ତେଣୁ ଉପାସନା ଆଉ ସଂଜଳି ମୂର୍ମୁଙ୍କ ନାମ ସାମ୍ନାକୁ ଆସିଛି । ଏହା ସହ ବରହମପୁର ବିଧାୟକ ଅନିଲ ମନ୍ତ୍ରୀ ହେବାକୁ ନେଇ ଚର୍ଚ୍ଚା ଧରୁଛି । ମୁକେଶ ମହାଲିଂଙ୍କ ଠାରୁ ସ୍ଵସ୍ଥବିଭାଗ ।
ସେହିପରି ଟୁଟୁ ସାମଲ ଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ସେହିପରି ସୂରଜ ସୂର୍ଯ୍ୟବଂଶୀ ଦୁଇଟା ବିଭାଗ ରଖିଛନ୍ତି । ହେଇପାରେ ମନ୍ତ୍ରୀ ବିଭାଗ ଏପଟ ସେପଟ କରାଯାଇ ପାରେ ହେଲେ ତାଙ୍କ ପାଖରେ ମନ୍ତ୍ରୀପଦ ରହିପାରେ । ସେହିପରି ସମ୍ପଦ ସ୍ବାଇଁ ଆଉ ବିଭୂତି ଜେନାଙ୍କ ଉପରେ ଖଣ୍ଡା ଝୁଲୁଛି । ସେହିପରି ବିବାଦୀୟ ଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ନେଇ ଚର୍ଚ୍ଚା ଚାଲିଛି ଯେ ମନ୍ତ୍ରୀପଦ ତାଙ୍କର ରହି ନପାରେ । ଆଉ ଜଣେ ମନ୍ତ୍ରୀ ହେଉଛନ୍ତି କୃଷ୍ଣ ପାତ୍ର । ତାଙ୍କ ଭବିଷ୍ୟତ କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । କିଏ ହେବ ନା ହେବ ତାହା ଆମେ ପୂର୍ବାନୁମାନ କରୁନୁ ଯାହା ଶୁଣିବାକୁ ମିଳୁଛି ଆଉ ଯାହା ଉପରେ କାର୍ଯକାରୀ କରାଯିବ ବୋଲି ଲାଗୁଛି ତାହା ଆମେ କହୁଛୁ ।
