ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ୧,୪୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ । ତେବେ କର୍ଣାଟକ କଂଗ୍ରେସର ପ୍ରମୁଖ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର (D.K. Shivakumar) ନିଜର ନିର୍ୱାଚନୀ ସପଥପତ୍ର (Affidavit) ଦାଖଲ କରିଛନ୍ତି ।

ଏହି ଶପଥପତ୍ର ଅନୁଯାୟୀ, ସେ ଦେଶର ଅନ୍ୟତମ ସବୁଠାରୁ ଧନୀ ବିଧାୟକ ଭାବେ ଉଭା ହୋଇଛନ୍ତି । ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ADR) ଏବଂ ନ୍ୟାସନାଲ ଇଲେକ୍ସନ ୱାଚର ରିପୋର୍ଟ ମୁତାବକ, ଡି. କେ. ଶିବକୁମାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧,୪୧୩ କୋଟି ଟଙ୍କା ଅଟେ । ସେ ନିଜ ଶପଥପତ୍ରରେ ପ୍ରାୟ ୨୭୩ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି (ଜମି, ବାସଭବନ ଓ ବ୍ୟବସାୟିକ କୋଠା ଇତ୍ୟାଦି) ଥିବା ଦର୍ଶାଇଛନ୍ତି । ଶିବକୁମାରଙ୍କ ପାଖରେ ପ୍ରାୟ ୧,୧୪୦ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି (ବ୍ୟାଙ୍କ ଜମା, ସେୟାର, ସୁନା-ଗହଣା ଓ ନଗଦ ଟଙ୍କା ଇତ୍ୟାଦି) ରହିଛି ।

ଏହି ସବୁ ସମ୍ପତ୍ତି ସହିତ ତାଙ୍କ ଉପରେ ପ୍ରାୟ ୨୬୫ କୋଟି ଟଙ୍କାର ଋଣ ବା ରହିଛି ।ରିପୋର୍ଟ ଅନୁସାରେ କର୍ନାଟକର ବିଧାୟକମାନେ ଦେଶର ସବୁଠାରୁ ଧନୀ ନେତାଙ୍କ ତାଲିକାରେ ଆଗରେ ଅଛନ୍ତି । ଏହି କ୍ରମରେ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ସମ୍ପତ୍ତି ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି, ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।