ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ବ ପାଣିପାଗ ସଂଗଠନର ଚେତାବନୀ। ଆସନ୍ତା ୫ ବର୍ଷରେ ବିଶ୍ଵର ତାପମାତ୍ରା ରେକର୍ଡ ଛୁଇଁବ। ତେବେ ୨୦୩୦ ମସିହା ସୁଦ୍ଧା ବିଶ୍ବରେ ପ୍ରଳୟଙ୍କାରୀ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଜାରି କରିଛି ବିଶ୍ବ ପାଣିପାଗ ସଂଗଠନ ତଥା WMO।ଜାତିସଂଘର ଏହି ସଂଗଠନର ରିପୋର୍ଟ ଅନୁସାରେ ୨୦୨୬ରୁ ୨୦୩୦ ମସିହା ମଧ୍ୟରେ ବିଶ୍ବ ତାପମାତ୍ରା ୧.୩ ଡିଗ୍ରୀରୁ ୧.୯ ଡିଗ୍ରୀରୁ ଅଧିକ ରହିବବୋଲି ୭୫ ପ୍ରତିଶତ ସମ୍ଭାବନା ରହିଛି । ଏପରିକି ବିଶ୍ବବାସୀଙ୍କୁ ସର୍ବକାଳୀନ ରେକର୍ଡ ଭାଙ୍ଗିବା ଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ପଡିପାରେ। ୨୦୨୪ ମସିହା ସବୁଠାରୁ ଗରମର ବର୍ଷ ଥିଲା ।

କିନ୍ତୁ ଆସନ୍ତା ୫ ବର୍ଷରେ ଏହି ରେକର୍ଡ ଭାଙ୍ଗିବାର ୮୬ ପ୍ରତିଶତ ସମ୍ଭାବନା ରହିଛି ବୋଲି WMO ପକ୍ଷରୁ କୁହାଯାଇଛି। ଜାତିସଂଘର ପରିବେଶ ବିଶେଷଜ୍ଞଙ୍କ ମତରେ ପୃଥୀବରେ ଅତ୍ୟଧିକ ମାତ୍ରାରେ ଗରମ ହେବାର ମୁଖ୍ୟତଃ ଦୁଇଟି କାରଣ ରହିଛି।ଏହି ରିପୋର୍ଟରେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଆର୍କଟିକ ଅଞ୍ଚଳ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ପ୍ରାୟ ୩.୫ ଗୁଣ ଦ୍ରୁତ ଗତିରେ ଉଷ୍ମ ହେଉଛି। ୨୦୨୬ ରୁ ୨୦୩୦ ପର୍ଯ୍ୟନ୍ତ, ଆର୍କଟିକର ତାପମାତ୍ରା ହାରାହାରି ୧.୬୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ। ବରଫ ସଙ୍କୁଚିତ ହେବା ସହିତ, ସମୁଦ୍ର ଅଧିକ ସୂର୍ଯ୍ୟକିରଣ ଶୋଷଣ କରେ। ଯାହା ଫଳରେ ଉଷ୍ମତା ବୃଦ୍ଧି ପାଏ। ଏହି ଚକ୍ର ବିକଶିତ ହେଉଛି। ଶୀତଦିନେ ଆର୍କଟିକ ଆହୁରି ଉଷ୍ମ ହେବ, ଯାହା ବିଶ୍ୱ ଜଳବାୟୁକୁ ପ୍ରଭାବିତ କରିବ।