ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପରେ ଓଡିଶାର ରାଜନୈତିକ ମହଳରେ ଏକ ଗୁରୁତ୍ୱପୂର୍ଣ୍ଣ ମିଳନ ଘଟିଛି। ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟ ମହାପାତ୍ରଙ୍କୁ ବାସଭବନକୁ ଯାଇ ଭେଟିଥିଲେ ଓ ନିଜ ମଧ୍ୟରେ ଆଲୋଚନା କରିଥିଲେ।ଦୁହେଁ ନେତା ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଇଥିଲେ। ବିଜୟ ମହାପାତ୍ର କହିଛନ୍ତି, “୩ ମାସ ପୂର୍ବରୁ ଏହି ଯୋଜନା ପ୍ରସ୍ତୁତ ହୋଇଥିଲା। ନବୀନ ବାବୁଙ୍କ ପ୍ରତି ଅସନ୍ତୋଷ ବଢ଼ୁଛି ବୁଝିପାରୁ ନାହାଁନ୍ତି। ନବୀନ ବାବୁ ଆତ୍ମସମୀକ୍ଷା କରିବା ପାଇଁ ସମୟ ଆସିଛି।”ସେହିପରି, ବରିଷ୍ଠ ନେତା ରବି ପାଣି ମଧ୍ୟ ଦୁଇ ନେତାଙ୍କୁ ଭେଟିଥିଲେ। ରବି ପାଣି କହିଛନ୍ତି, “ବିଜୁ ବାବୁଙ୍କ ଆତ୍ମା ଶାନ୍ତି ପାଇବ।”ଏହି ଘଟଣା ରାଜ୍ୟର ରାଜନୈତିକ ମହଳରେ ଗଭୀର ଚର୍ଚ୍ଚାର ବିଷୟ ହୋଇଛି, ଯାହା ଆଗାମୀ ଫଳାଫଳ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ରହିଛି।





