କ୍ରସ୍‌ ଭୋଟିଂରେ ବିଜେଡି–କଂଗ୍ରେସକୁ ଝଟକା: ରାଜ୍ୟସଭାରେ ୪ଜଣ ବିଜୟୀ, ଦତ୍ତେଶ୍ୱର ହୋତା ପରାଜିତ

ଭୁବନେଶ୍ୱର,ବହୁ ପ୍ରତୀକ୍ଷିତ ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଆଜି ହୋଇଥିବା ମତଦାନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି। ସେହିପରି ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ମଧ୍ୟ ବିଜୟ ଲାଭ କରି ରାଜ୍ୟସଭାକୁ ଯାଉଛନ୍ତି। ଅନ୍ୟପଟେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ବିଜୟୀ ହୋଇଛନ୍ତି।କିନ୍ତୁ ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପରାଜିତ ହେବା ଏହି ନିର୍ବାଚନର ସବୁଠାରୁ ବଡ଼ ଚର୍ଚ୍ଚା ହୋଇଛି। ଦଳଗୁଡିକର ଅଭିଯୋଗ ଅନୁଯାୟୀ କ୍ରସ୍‌ ଭୋଟିଂ ଯୋଗୁଁ ତାଙ୍କ ପକ୍ଷରେ ଫଳାଫଳ ଆସିପାରିନଥିଲା।ଫଳାଫଳ ଅନୁସାରେ:ମନମୋହନ ସାମଲ (ବିଜେପି) – ୩୫୦୦ ଭୋଟ (ବିଜୟ),ସୁଜିତ କୁମାର (ବିଜେପି) – ୩୫୦୦ ଭୋଟ (ବିଜୟ)ସଂତୃପ୍ତ ମିଶ୍ର (ବିଜେଡି) – ୩୧୦୦ ଭୋଟ (ବିଜୟ),ଦିଲୀପ ରାୟ (ବିଜେପି ସମର୍ଥିତ) – ୩୪୧୮ ଭୋଟ (ବିଜୟ),ଦତ୍ତେଶ୍ୱର ହୋତା (ବିଜେଡି–କଂଗ୍ରେସ ସମର୍ଥିତ) – ୨୩୦୦ ଭୋଟ (ପରାଜୟ)ଏହି ନିର୍ବାଚନରେ ସୁଜିତ କୁମାର ଓ ଦିଲୀପ ରାୟ ପୁଣିଥରେ ରାଜ୍ୟସଭାକୁ ଯାଇଥିବା ବେଳେ ମନମୋହନ ସାମଲ ଓ ସଂତୃପ୍ତ ମିଶ୍ର ପ୍ରଥମ ଥର ପାଇଁ ଉଚ୍ଚ ସଦନରେ ପ୍ରବେଶ କରିବେ।ନିର୍ବାଚନ ଫଳାଫଳ ପରେ ବିଜେଡି ନେତା ପ୍ରତାପ କେଶରୀ ଦେବ କହିଛନ୍ତି ଯେ ଦଳର ୮ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି। ସେମାନଙ୍କ ମଧ୍ୟରେ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ସବାସିନୀ ଜେନା, ନବ ମଲ୍ଲିକ, ସୌଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ଚକ୍ରମଣି କହଁର ଓ ଦେବୀ ରଂଜନ ତ୍ରିପାଠୀ ଅଛନ୍ତି।ଏପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ଦଳର ୩ଜଣ ବିଧାୟକ ମଧ୍ୟ କ୍ରସ୍‌ ଭୋଟିଂ କରିଛନ୍ତି। ସେମାନେ ହେଲେ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗ।ସୂଚନାଯୋଗ୍ୟ ଯେ ଆଜି ସକାଳ ୯ଟାରୁ ବିଧାନସଭାରେ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହୋଇଥିଲା। ସନ୍ଧ୍ୟା ୫ଟାରେ ମତଗଣନା ହୋଇ ଶେଷରେ ଫଳାଫଳ ପ୍ରକାଶ ପାଇଥିଲା।ଏହି ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା ଓଡ଼ିଶାର ରାଜନୀତିକୁ ନୂତନ ଚର୍ଚ୍ଚାରେ ଆଣିଛି।

Related Posts