ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପି ଛାଡ଼ିଲେ ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ ।ସେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ସେ ଅପରାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିବେ । ଆନ୍ନାମଲାଇ ଏକ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଯାଉଥିବା ବିଭିନ୍ନ ସୂତ୍ରରୁ ସ୍ପଷ୍ଟ କରାଯାଇଛି । କିଛି ମାସ ହେଲା ଦଳୀୟ ନେତୃତ୍ୱ ସହ ତାଙ୍କର ଗୁରୁତର ମତଭେଦ ରହିଆସିଛି । କିନ୍ତୁ ଏନେଇ ଆନ୍ନାମଲାଇ ମୁହଁ ଖୋଲିନାହାନ୍ତି ।
