ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):TMC ରେ ବଡ ବିଦ୍ରୋହ । TMC ରୁ ବହିଷ୍କୃତ ଦଳର ସଦସ୍ୟ ସନ୍ଦିପନ ସାହା ଏବଂ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବାଚସ୍ପତିଙ୍କୁ ଭେଟିବାକୁ ପହଞ୍ଚିଲେ ୬୦ରୁ ଅଧିକ ବିଧାୟକ। ତେବେ ଟିଏମସିର ୮୦ ବିଧାୟକଙ୍କ ମଧ୍ୟରୁ ୬୦ ଜଣ କୋଲକାତାର ବିଧାନସଭାରେ ପହଞ୍ଚିଛନ୍ତି। କଳ୍ପନାଜଳ୍ପନା କରାଯାଉଛି, ଏହି ବିଧାୟକମାନେ ବାଚସ୍ପତିଙ୍କୁ ଭେଟି ନିଜକୁ ପ୍ରକୃତ ଟିଏମସି ବୋଲି ଘୋଷଣା କରିପାରନ୍ତି।

ଏହି ବିଦ୍ରୋହୀ ବିଧାୟକମାନଙ୍କର ନେତୃତ୍ୱ ବହିଷ୍କୃତ ଦଳର ସଦସ୍ୟ ସନ୍ଦିପନ ସାହା ଏବଂ ଋତବ୍ରତ ବାନାର୍ଜୀ ନେଉଛନ୍ତି। ସ୍ଥିତିକୁ ନେଇ ଅନୁମାନ କରାଯାଉଛି, ଟିଏମସି ଖୁବ୍ ଶୀଘ୍ର ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇପାରେ। ଗୋଟିଏ ଗୋଷ୍ଠୀର ନେତୃତ୍ୱ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ନେଇପାରନ୍ତି, ଯେତେବେଳେ ଅନ୍ୟଟିର ନେତୃତ୍ୱ ସନ୍ଦିପନ ସାହା ଏବଂ ଋତବ୍ରତ ବାନାର୍ଜୀ ନେଇପାରନ୍ତି। ମହାରାଷ୍ଟ୍ରରେ ଅସଲି ଶିବସେନା ନେଇ ହୋଇଥିବା ରାଜନୈତିକ ଡ୍ରାମା ପରି ଏବେ ପଶ୍ଚିମବଙ୍ଗରେ ଅସଲି ଟିଏମସି କିଏ ନେଇ ହେବାକୁ ଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି।