ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଶିବକୁମାରଙ୍କ ସହ ନୂଆ ମନ୍ତ୍ରୀମଣ୍ତଳର ଶପଥଗ୍ରହଣ । ତେବେ ଅପରାହ୍ନ ୪ଟା ୫ମିନିଟରେବେଙ୍ଗାଲୁରୁ ଲୋକଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ଥାୱର ଚନ୍ଦ୍ର ଗେହଲଟ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ।ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନା ଅନୁସାରେ ଶିବକୁମାରଙ୍କ ସହ ୧୧ ଜଣ ମନ୍ତ୍ରୀ ଶପଥ ନେବେ। ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଅଧିକ ମନ୍ତ୍ରୀଙ୍କୁ ନିଆଯିବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପୁଅ ତଥା ବିଧାନ ପରିଷଦ ସଦସ୍ୟ ୟତିନ୍ଦ୍ର ଏବଂ କଂଗ୍ରେସ ଅଧ୍ଯକ୍ଷ ମଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ଶିବକୁମାରଙ୍କ କ୍ୟାବିନେଟରେ ଚିହ୍ନା ମୁହଁ ଏବଂ ନୂଆ ଚେହେରାର ମିଶ୍ରଣ ଘଟିବ ବୋଲି କୁହାଯାଉଛି।