ରାଜ୍ୟସଭା ନିର୍ବାଚନ ପରେ କଂଗ୍ରେସ୍ ରେ ଫାଟ: ରମେଶଙ୍କ ଅଭିଯୋଗ, ଭକ୍ତଙ୍କ ଜବାବ

ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଓଡ଼ିଶାର ରାଜନୀତିରେ ନୂତନ ଚଞ୍ଚଳତା ସୃଷ୍ଟି ହୋଇଛି। କଂଗ୍ରେସ ଦଳ ଭିତରେ କ୍ରସ୍ ଭୋଟିଂ ଘଟଣାକୁ ନେଇ ଦଳୀୟ ଏକତା ଉପରେ ପ୍ରଶ୍ନଚିହ୍ନ ଉଠିଛି।ନିଲମ୍ବିତ ବିଧାୟକ ରମେଶ ଜେନା ଏହି ଘଟଣାକୁ ସାଧାରଣ କ୍ରସ୍ ଭୋଟିଂ ନୁହେଁ, ବରଂ “ପ୍ରତିଶୋଧ” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ତାଙ୍କ ପରିବାର ଉପରେ ହୋଇଥିବା ଅନ୍ୟାୟ ପାଇଁ ସେ ସମୟ ଆସିଲେ ପ୍ରତିକ୍ରିୟା ଦେବେ ବୋଲି ଶପଥ କରିଥିଲେ।ଜେନାଙ୍କ ଅଭିଯୋଗ ଅନୁସାରେ, ବିଜେଡି ଶାସନକାଳୀନ ସମୟରେ ତାଙ୍କ ପରିବାରକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ଏବଂ ତାଙ୍କ ବୃଦ୍ଧ ପିତାଙ୍କୁ ମଧ୍ୟ ଜେଲରେ ପକାଯାଇଥିବା ଦାବି କରିଛନ୍ତି। ସେ ଏହାମଧ୍ୟ କହିଛନ୍ତି ଯେ, ତାଙ୍କୁ ଏନକାଉଣ୍ଟର ଧମକ ମିଳିଥିଲା।ଏହା ସହିତ, ସେ ପିସିସି ସଭାପତିଙ୍କ ନେତୃତ୍ୱ ଉପରେ ତୀବ୍ର ଆକ୍ରୋଶ ପ୍ରକାଶ କରି କହିଛନ୍ତି ଯେ, ଦଳରେ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସରଣ ହେଉନାହିଁ ଏବଂ ଏକାଧିକ ନିଷ୍ପତ୍ତି ଏକତରଫା ଭାବେ ନିଆଯାଉଛି। ସେ ଏକଥା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ବାପା ଏଜେଣ୍ଟ ଥିବେ ପୁଅ ଭୋଟ ଦେବ କାହାକୁ ଭୋଟ ଦେଲା କେମିତି କିଏ ଜାଣିବ? ରମେଶଙ୍କ ଏ ଅଭିଯୋଗକୁ ଖଣ୍ଡନ କଲେ ସାଗର ଦାସ କହିଲେ ମୁଁ ଭୋଟ ଦେଲାବେଳେ ପ୍ରଭାରୀ ଉପସ୍ଥିତ ଥିଲେ ବୋଲି ଏବଂ କହିଛନ୍ତି ରମେଶ କମ ପଢା ଲିଖା ଲୋକବୋଲି।ସେହିପରି, ଜେନା କଂଗ୍ରେସ ଓ ବିଜେଡି ମଧ୍ୟରେ ଗୁପ୍ତ ସମଝୋତା ଥିବା ଅଭିଯୋଗ ମଧ୍ୟ ଉଠାଇଛନ୍ତି, ଯାହା ରାଜନୀତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି।ଅନ୍ୟପଟେ, ପିସିସି ସଭାପତି ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଏଆଇସିସି ସହ ଆଲୋଚନା କରି ନିଆଯାଇଥିଲା। ସେ ଜେନାଙ୍କ ଉପରେ ପ୍ରତ୍ୟାକ୍ରମଣ କରି କହିଛନ୍ତି ଯେ, ତାଙ୍କର ଦଳରେ ରହିବାର ଇଚ୍ଛା ନଥିଲା ଏବଂ ସେ ବିଜେପି ସହ ମିଶିଥିବାର ଅଭିଯୋଗ ଲାଗିଛି।ଏହି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କଂଗ୍ରେସ ଭିତରେ କି ସତରେ ବଡ଼ ଫାଟ ସୃଷ୍ଟି ହୋଇଛି, କିମ୍ବା ଏହା ଏକ ରାଜନୀତିକ ଯୁକ୍ତି?ରାଜ୍ୟସଭା ଭୋଟ୍ ପରେ ଓଡ଼ିଶାର ରାଜନୀତିରେ ନୂଆ ସମୀକରଣ ଗଢ଼ିଉଠୁଥିବା ସ୍ପଷ୍ଟ ହେଉଛି। ଆଗାମୀ ଦିନରେ କଂଗ୍ରେସ ଦଳ ନିଜ ଅନ୍ତଃ ସମସ୍ୟାକୁ କିପରି ସମାଧାନ କରିବ, ସେଥି ପରେ ଦଳର ଭବିଷ୍ୟତ ନିର୍ଭର କରୁଛି।

Related Posts