“ବିଜୁ ଲିଗାସୀ ନାମରେ ହିଂସା: ବିଜେଡିର ବଡ଼ ଅଭିଯୋଗ”

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ବାସଭବନ ଉପରେ ଗତକାଲି ରାତିରେ ଘଟିଥିବା ଆକ୍ରମଣ ଘଟଣାକୁ ନେଇ ରାଜନୀତିକ ତାପ ବଢ଼ିଛି। ବିଜେଡି ପକ୍ଷରୁ ଏହି ଘଟଣାର ତୀବ୍ର ନିନ୍ଦା କରାଯାଇଥିବା ସହ ଏହାକୁ ଗଣତାନ୍ତ୍ରିକ ମୂଲ୍ୟବୋଧରେ ଆଘାତ ବୋଲି କୁହାଯାଇଛି।ଦଳର ବରିଷ୍ଠ ନେତାମାନେ ଜାରି କରିଥିବା ପ୍ରେସ୍ ବିବୃତ୍ତିରେ ଅଭିଯୋଗ କରାଯାଇଛି ଯେ କିଛି ସ୍ୱାର୍ଥନ୍ୱେଷୀ ରାଜନେତା ବିଜୁ ଲିଗାସୀର ନାମ ଦେଇ ନିଜର ଅପକର୍ମକୁ ଲୁଚାଇବା ପାଇଁ ନୂତନ ରଣନୀତି ଆପଣାଇଛନ୍ତି ଏବଂ ଏହାର ଅଂଶ ଭାବେ ଏପରି ହିଂସାତ୍ମକ କାର୍ଯ୍ୟକଳାପ ଘଟୁଛି। ସେମାନଙ୍କ କହିବା ଅନୁସାରେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନଥିବାବେଳେ ଏପରି ଘଟଣା କେବଳ ରାଜନୀତିକ ସଂସ୍କୃତିକୁ ଦୂଷିତ କରୁନି, ବରଂ ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ଗୁରୁତର ପ୍ରଶ୍ନ ଉଠାଉଛି।ବିଜେଡି ଏହି ଘଟଣାର ତୁରନ୍ତ ଓ ସଂପୂର୍ଣ୍ଣ ତଦନ୍ତ ପାଇଁ ଦାବି କରିଛି। ଆକ୍ରମଣରେ ସଂପୃକ୍ତ ଅସାମାଜିକ ତତ୍ତ୍ୱମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ, ସେମାନଙ୍କୁ ଉସ୍କାଇଥିବା ମୂଳ ମାଷ୍ଟରମାଇଣ୍ଡମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦଳ ଜୋର ଦେଇଛି। ଏହାସହ ଗଣତନ୍ତ୍ରକୁ ସୁରକ୍ଷିତ ଓ ସୁସ୍ଥ ରଖିବା ପାଇଁ ଏପରି ହିଂସାତ୍ମକ ରାଜନୀତି ଉପରେ କଠୋର ଅଙ୍କୁଶ ଲାଗିବା ଆବଶ୍ୟକ ବୋଲି ବିଜେଡି ମତ ପ୍ରକାଶ କରିଛି।ଏହି ଘଟଣା ପରେ ରାଜ୍ୟର ଆଇନ ଶୃଙ୍ଖଳା ଓ ରାଜନୀତିକ ପରିବେଶକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

Related Posts