ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ତାମିଲନାଡୁ ମୁଖ୍ୟ କେ ଆନ୍ନାମଲାଇଙ୍କ ପରେ ବିଜେପିରୁ ଇସ୍ତଫା ଦେଲେସାଧାରଣ ସମ୍ପାଦକ ସୁମାତି ଭେଙ୍କଟେଶ । ତେବେ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟରେ ତାମିଲନାଡୁ ବିଜେପିର ସାଧାରଣ ସମ୍ପାଦକ ସୁମାତି ଭେଙ୍କଟେଶ ନିଜ ପଦ ସହ ବିଜେପି ଛାଡ଼ୁଥିବା ଘୋଷଣା କରିଛନ୍ତି।

ଅନେକ କିଛି ଭାବିବା ପରେ ବେଶ ଦୁଃଖର ସହ ସେ ବିଜେପି ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ସୁମାତି ଭେଙ୍କଟେଶ କହିଛନ୍ତି, “ଅତ୍ୟନ୍ତ ଦୁଃଖର ସହ ମୁଁ ତାମିଲନାଡୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦକ ପଦରୁ ଓହରି ଯାଇଛି। ଏଥିସହ ଦଳ ସହ ମୋର ସମ୍ପର୍କକୁ ଶେଷ କରୁଛି। ଦଳ ପାଇଁ ସେବା କରିବା ଅତ୍ୟନ୍ତ ଗର୍ବ ଓ ସମ୍ମାନର ବିଷୟ ଥିଲା ।

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନେତୃତ୍ୱ ଓ ବିଜେପି ଦ୍ୱାରା ଜାରି ରଖାଯାଇଥିବା ଜାତୀୟତା, ଦେଶପ୍ରେମ ଓ ଦେଶସେବା ଆଦର୍ଶ ଦ୍ୱାରା ଗଭୀର ଭାବେ ପ୍ରେରିତ ହୋଇଛି। ଏହି ମୂଲ୍ୟବୋଧ ମୋର ଆଗାମୀ ଯାତ୍ରାରେ ମୋତେ ବାଟ ଦେଖାଇବ। ଆଗକୁ ଯିବାକୁ ପ୍ରେରଣା ଦେବ। ଏହି ନିଷ୍ପତ୍ତି ଅନେକ କିଛି ଚିନ୍ତା କରିବା ପରେ ନେଇଛି। ଏଥିପାଇଁ ଦୁଃଖ ମଧ୍ୟ ଲାଗୁଛି। ମୋର କାର୍ଯ୍ୟକାଳ ସମୟରେ ମୋତେ ସହଯୋଗ କରିଥିବା ସମସ୍ତ ଜାତୀୟ ଓ ରାଜ୍ୟ ସ୍ତରୀୟ ନେତା, କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ।