ସମ୍ବଲପୁର : ସମ୍ବଲପୁର ଶାସନ ଥାନା ଗିରିପାଲିରେ ଘରେ ଶୋଇଥିବାବେଳେ ମା’ ଓ ଝିଅକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଶୋଇଥିବା ଅବସ୍ଥାରେ କେହି ଟାଙ୍ଗିଆ ହାଣି ହତ୍ୟା କରାଯାଇଥିବା କୁହାଯାଉଛି। ସୂଚନାନୁଯାୟୀ, ସମ୍ବଲପୁର ଶାସନ ଥାନା ଅଧିନ ଗିରିପାଲିରେ ଜଣେ ମା ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ କରୁଛି। ଘର ଅଗଣାରେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ଟାଙ୍ଗିଆ ହାଣି ହତ୍ୟା କରାଯାଇଛି। ହତ୍ୟାରେ ସଂପୃକ୍ତି ସନ୍ଦେହରେ ପଡ଼ୋଶୀ ଘର ଯୁବକଙ୍କୁ ପୁଲିସ ଅଟକ ରଖିଛି। ଅଟକ ଯୁବକ ଜଣଙ୍କ ହେଲେ ଅଜୟ ପ୍ରଧାନ।
