ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନକୁ ନେଇ ଦିଲ୍ଲୀରୁ ଭୁବନେଶ୍ବର ରାଜନୀତି ସରଗରମ। ଆଜି ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି। ସେ ମୋଟ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଯାଞ୍ଚ ପ୍ରକ୍ରିୟା ପରେ ସମସ୍ତ ନାମାଙ୍କନ ପତ୍ର ବୈଧ ଘୋଷିତ ହୋଇଛି। ନାମାଙ୍କନ ପତ୍ର କାଏମ୍ ହେବା ପରେ ଦଳୀୟ ନେତାମାନେ ମଧ୍ୟ ଏହି ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରୁଛନ୍ତି । ରାଜ୍ୟସଭା ଆସନ ପାଇଁ ଏହି ଉପନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ଏହାକୁ ନେଇ ଶାସକ ଓ ବିରୋଧୀ ଶିବିର ଉଭୟରେ ରାଜନୀତି ଜୋରଦାର ହୋଇଛି । ଦଳୀୟ ସମର୍ଥନ, ସଂଖ୍ୟା ଗଣିତ ଏବଂ ରଣନୀତିକ ଆଲୋଚନା ମଧ୍ୟ ତୀବ୍ର ହେଉଛି । ଏବେ ସମସ୍ତଙ୍କ ନଜର ୧୮ ତାରିଖରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ଉପରେ ରହିଛି, ଯେଉଁଠାରେ ଶେଷ ଫଳାଫଳ ରାଜ୍ୟର ରାଜନୈତିକ ସମୀକରଣକୁ କିଛି ପରିମାଣରେ ପ୍ରଭାବିତ କରିପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି।