ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୃହ ବିଭାଗରୁ ତଦନ୍ତ କମିଶନ ସମ୍ବନ୍ଧୀୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ । କ୍ୟାପିଟାଲ ଥାନାରେ FIR ଦାଖଲ କଲେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି। ଗାଏବ ହୋଇଥିବା ନଥିପତ୍ର ମଧ୍ୟରେ ବହୁଚର୍ଚ୍ଚିତ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର RDC ରିପୋର୍ଟ ଏବଂ ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ରହିଛି।

ପୋଲିସ ଏହି ନିଖୋଜ ଫାଇଲ ଘଟଣାର ତଦନ୍ତ ଆରମ୍ଭ କରିଛି। କିଛିଦିନ ପୂର୍ବରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ନେଇ ଏକ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଥିଲା । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମ୍ନାକୁ ଆସି ଏ ଘଟଣା ବିଷୟରେ କହିଥିଲେ । କିନ୍ତୁ ଆଇନ ମନ୍ତ୍ରୀଙ୍କ ବୟାନରେ କେତେ ସତ୍ୟତା ଅଛି ଏପର୍ଯ୍ଯନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନି ।