ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ବିଜେଡି ସଂଗଠନକୁ ମଜବୁତ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲାକୁ ଜିଲ୍ଲା ଯାଇ କରିବେ ସମୀକ୍ଷା। ତେବେ କାଲି ଆଜି ବସିଥିବା ବିଜେଡି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି । ଶଙ୍ଖ ଭବନରେ ଅନୁଷ୍ଠିତ ବୈଠକରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ, ଗୋଟି ଗୋଟି କରି ସବୁ ନେତାଙ୍କ ମତ ନେବା ସହ ନିଜ ଆଡୁ ମଧ୍ୟ ଟିପ୍ସ ଦେଇଥିଲେ। ୨୪ ନିର୍ବାଚନରେ ପରାଜିତ ନେତାଙ୍କ ସହ ଆଲୋଚନା କରିଥିଲେ ନବୀନ।

ପ୍ରଥମ ଥର ପାଇଁ ଗତ ନିର୍ବାଚନରେ ଦଳୀୟ ଟିକେଟରେ ପ୍ରାର୍ଥୀ ହୋଇଥିବା ନେତାଙ୍କୁ କୁଆଡ଼େ ପ୍ରଥମେ କହିବାକୁ ସୁଯୋଗ ଦିଆଯାଇଥିଲା। ଗଞ୍ଜାମ ରାଜନୀତିରେ ନେତାଙ୍କ ଭିତରେ ସମନ୍ୱୟ ରକ୍ଷା ନେଇ ଗଞ୍ଜାମର କିଛି ନେତା ମତ ରଖିଥିଲେ। ଡିଜିଟାଲ ମିଡିଆକୁ ଅଧିକ ସଶକ୍ତ ସହ ଶାସକ ଦଳକୁ କଡ଼ା କାଉଣ୍ଟର କରିବା ନେଇ ନବୀନ ଟିପ୍ସ ଦେଇଥିବା ଦଳୀୟ ନେତା କହିଛନ୍ତି। ତେବେ ଏଥରର ବୈଠକରେ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ପ୍ରସଙ୍ଗରେ କିନ୍ତୁ ଚର୍ଚ୍ଚା ହୋଇନଥିବା ଦଳୀୟ ନେତା କହିଛନ୍ତି।