“ପାଞ୍ଚଦିନ ପାଇଁ ସ୍ଥଗିତ ହେଲା ଇରାନ–ଆମେରିକା ଯୁଦ୍ଧ “

ୱାଶିଙ୍ଗଟନ/ତେହେରାନ: ଦୀର୍ଘଦିନ ଧରି ତିବ୍ର ହୋଇଥିବା ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧରେ ପାଞ୍ଚଦିନ ପାଇଁ ବିରାମ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଇରାନ ବିରୋଧରେ ଆକ୍ରମଣକୁ ୫ ଦିନ ପାଇଁ ସ୍ଥଗିତ କରାଯାଇଥିବା ଘୋଷଣା ହୋଇଛି।ଏହି ସ୍ଥଗିତିରେ ପାୱାର ପ୍ଲାଣ୍ଟ ଓ ଏନର୍ଜି ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣମାନେ ମଧ୍ୟ ସମିଳିତ ଅଛି। ଦୁଇଦେଶ ମଧ୍ୟରେ ତିବ୍ରତା କମେଇ ଶାନ୍ତି ପ୍ରତିଷ୍ଠା ପାଇଁ ପରଦା ପଛରେ ଚର୍ଚ୍ଚା ଓ କୂଟନୀତିକ ଉଦ୍ୟମ ଚାଲିଥିବା ବୋଲି ଟ୍ରମ୍ପ କହିଛନ୍ତି।ସମ୍ପ୍ରତି ସମୟରେ ଏହି ସଂଘର୍ଷ ବିଶ୍ୱ ମଞ୍ଚରେ ଚିନ୍ତାର କାରଣ ହୋଇଉଠିଥିଲା। ବିଶେଷକରି ଏନର୍ଜି ସପ୍ଲାୟ ଓ ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ ନେଇ ଅନେକ ଦେଶ ଚିନ୍ତିତ ଥିଲେ।ତଥାପି, ଏହି ୫ ଦିନର ବିରାମକୁ ଶାନ୍ତି ପ୍ରତିଷ୍ଠାର ଏକ ସୁଯୋଗ ଭାବେ ଦେଖାଯାଉଛି। ଯଦି ଏହି ସମୟରେ ଦୁଇପକ୍ଷ ମଧ୍ୟରେ ସମ୍ମତି ସୃଷ୍ଟି ହୁଏ, ତେବେ ଏହା ଦୀର୍ଘମିୟାଦୀ ଶାନ୍ତିର ଦ୍ୱାର ଖୋଲିପାରେ ବୋଲି ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରୁଛନ୍ତି।

Related Posts