କନ୍ଧମାଳ:ରାଜ୍ୟରେ ମାଓବାଦ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଟପ୍ ମାଓ ନେତା ଶୁକ୍ରୁ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲାରେ ସେ ଆତ୍ମସମର୍ପଣ କରିଥିବା କଥା ସଞ୍ଜୀବ ପଣ୍ଡା, ଆଣ୍ଟି ନକ୍ସଲ ଅପରେସନର ଏଡିଜି, ସ୍ପଷ୍ଟ କରିଛନ୍ତି।ଶୁକ୍ରୁଙ୍କ ନାମରେ ପୂର୍ବରୁ ୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେ ଦୀର୍ଘଦିନ ଧରି ସୁରକ୍ଷା ବାହିନୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଥିଲେ।ସୂଚନା ଅନୁଯାୟୀ, ଆସନ୍ତାକାଲି ଶୁକ୍ରୁଙ୍କ ବିଧିବଦ୍ଧ ଆତ୍ମସମର୍ପଣ କାର୍ଯ୍ୟକ୍ରମ ହେବ। ବର୍ତ୍ତମାନ ସେ ପୋଲିସ ହେପାଜତରେ ରହି ସୁରକ୍ଷିତ ଅଛନ୍ତି। ଏହାସହ କୋଷା ଷୋଢିଙ୍କୁ ମଧ୍ୟ ପୋଲିସ ହେପାଜତରେ ରଖାଯାଇଥିବା ସୂଚନା ମିଳିଛି।ସରକାର ଓ ସୁରକ୍ଷା ବାହିନୀ ପକ୍ଷରୁ ଚାଲିଥିବା ଆଣ୍ଟି ନକ୍ସଲ ଅଭିଯାନରେ ଏହାକୁ ଏକ ମହତ୍ୱପୂର୍ଣ୍ଣ ସଫଳତା ବୋଲି ଦେଖାଯାଉଛି। ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ମଧ୍ୟରେ ଏହି ଘଟଣା ନୂଆ ଆଶା ଜଗାଇଛି।





