ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଚାମେଲିଙ୍କୁ ଭେଟିବା ପରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ କଲେ ଆଲୋଚନା କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଡାକ୍ତରଖାନାରେ ପହଞ୍ଚି ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସେ କହିଛନ୍ତି , ଚାମେଲି ଜଣେ ଜନପ୍ରତିନିଧି ।
ତାଙ୍କୁ ଯେଉଁ ଅଧିକାରୀ ଏବଂ ପୁଲିସମାନେ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି। ଏହାପରେ ବିଧାୟିକା ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ରଘୁରାମ ଆର. ଆୟାର ଏବଂ ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଭେଟିଥିଲେ । ଏହି ସାକ୍ଷାତକାର ସମୟରେ ସରପଞ୍ଚଙ୍କ ସମ୍ପର୍କିତ ସମଗ୍ର ଘଟଣା ଏବଂ ଆନୁଷଙ୍ଗିକ ବିଷୟରେ ସେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।
