ଭୁବନେଶ୍ଵର : ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡିଓ ଘରେ ଭିଜିଲାନ୍ସ ରେଡ୍ ଘଟଣା। ପଞ୍ଚୁ ବେହେରାଙ୍କ ଘରୁ ମିଳିଲା ନଗଦ ୧୮ ଲକ୍ଷ ୯୦ ହଜାର କ୍ୟାସ୍। ସରକାରୀ ବାବୁଙ୍କ ୫ ଦାମୀ ପ୍ଲଟ୍ ଠାବ। ଠୁଳ କରିଥିଲେ ଆୟଠୁ ଅଧିକା ସମ୍ପତ୍ତି। ପୁଳା ପୁଳା ଟଙ୍କା ଦେଖି ଭିଜିଲାନ୍ସ ଟେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ଚଢାଉ ବେଳେ ପଞ୍ଚୁ ବେହେରାଙ୍କ ଘରୁ ନଗଦ ୧୮ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୫ଟି ଦାମୀ ପ୍ଲଟ ଠାବ ହୋଇଛି। ବ୍ରହ୍ମପୁର ଟାଉନ୍ ରେ ତାଙ୍କର ଏକ ବହୁତଳ କୋଠା ରହିଛି। ଏସଡିଓଙ୍କର ୫୭ ଲକ୍ଷ ଟଙ୍କାର ଏକ କଂକ୍ରିଟ୍ ମିକ୍ସଚର ମେସିନ୍, ୩୭ ଲକ୍ଷ ଟଙ୍କାର ଏକ ଜେସିବି ମେସିନ୍ ଏବଂ ଏକ ଚାରି ଚକିଆ ଯାନ ରହିଛି। ଭିଜିଲାନ୍ସର ଚଢାଉ ଜାରି ରହିଛି।





