ରାଜ୍ୟରେ ଆଜି ଠାରୁ ଆରମ୍ଭ ହେଲା ଡିଜିଟାଲ୍ ଜନଗଣନା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଡିଜିଟାଲ୍ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ଜନଗଣନା ପାଇଁ ସରକାର ତିଆରି କରିଛନ୍ତି ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, ପରିବାରକୁ ତଥ୍ୟ, LPG ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯିବ । ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ ଜନତା ।

ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍‌ସାଇଟ ମାଧ୍ୟମରେ ଦେଇପାରିବେ । ଏହାପରେ ଭୁବନେଶ୍ୱରର ପ୍ରଥମ ନାଗରିକ ମେୟରଙ୍କର ମଧ୍ୟ ଜନଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

Related Posts