ଚାରି ମାସ ମଧ୍ୟରେ ପୁଣି ବଢ଼ିଲା ଏଲପିଜି କମର୍ସିଆଲ ଦର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚାରି ମାସ ମଧ୍ୟରେ ପୁଣି ବଢ଼ିଲା ଏଲପିଜି କମର୍ସିଆଲ ଦର । ତେବେ ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ସରକାରୀ PSU IOC, HPCL, ଏବଂ BPCL ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି । ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନିଗୁଡ଼ିକ ବୁଧବାର ବାଣିଜ୍ୟିକ ଏଲପିଜି (୧୯ କିଲୋଗ୍ରାମ) ସିଲିଣ୍ଡରର ମୂଲ୍ୟରେ ୧୯୫.୫୦ ଟଙ୍କା ବୃଦ୍ଧି କରିଛନ୍ତି ।

ସେପଟେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ମାର୍ଚ୍ଚ ୭ ତାରିଖରେ ସେମାନଙ୍କର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଭୁବନେଶ୍ବରରେ ୧୯ କେଜି ସିଲିଣ୍ଡର ପିଛା ଦର ୨୦୧୯ ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇନାହିଁ ।

Related Posts